fbpx

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌, ଟ୍ବିଟ୍ କରି ଦେଲେ ସୂଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରବିବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ମନ୍ତ୍ରୀ ଶ୍ରୀ ଦାସ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବା ସେ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

 

Get real time updates directly on you device, subscribe now.