fbpx

ରାଜଧାନୀର ରାସ୍ତାକଡ଼ରେ ଚାଲିଥିଲା ମଦ ଆସର, ହଠାତ୍ ହେଲା ଚଢାଉ: ଇତିଶ୍‌ ପ୍ରଧାନଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏପଟେ କରୋନା ସଂକ୍ରମଣ ସହରୀବାସୀଙ୍କୁ ଭୟଭୀତ କରିଥିବାବେଳେ ସେପଟେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମଦ ଆସର ଜମାଇବା କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ରାଜଧାନୀ ରାଜରାସ୍ତା କଡରେ ଘଟୁଥିବା ଦେଖିବାକୁ ମିଳୁଛି । ସ୍ପଷ୍ଟ ଦିବାଲୋକରେ କରୋନା କଟକଣାକୁ ଉଲ୍ଲଘଂନ କରି କିଛି ଯୁବକ ମଦ ଆସରରେ ମତୁଆଲ ହେଉଥିଲେ । ସହିଦନଗର ଥାନା ଅନ୍ତର୍ଗତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟରେ ମଦ ଆସର ଜମିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ସେଠାରୁ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ୍‌ ପ୍ରଧାନଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଏଭଳି ଘଟଣା ଘଟିଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.