fbpx
BJD
BJD SKY
BJD SKY

ବାପା ଓ ଭାଇ କରୁଥିଲେ ଦୁଷ୍କର୍ମ, ଜେଜେବାପା ବି କରୁଥିଲେ ଅସଦାଚରଣ: ସ୍କୁଲରେ କାହାଣୀ କହିଲେ ନାବାଳିକା

BJD

ପୁଣେ: ମହାରାଷ୍ଟ୍ର ପୁଣେରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ସହିତ ଅସଦାଚରଣ ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଆସିଛି ପୀଡିତାଙ୍କ ବାପା, ଭାଇ ଏବଂ ଜେଜେବାପାଙ୍କ ବିରୁଦ୍ଧରେ । ବାପା ଏବଂ ଭାଇ ନାବାଳିକାଙ୍କୁ ମୌଖିକ ଭାବରେ ବଳାତ୍କାର କରୁଥିବା ବେଳେ ଜେଜେବାପା ଏବଂ ଦୂର ସମ୍ପର୍କୀୟ ତାଙ୍କୁ ଅସଦାଚରଣ କରୁଥିବା ଜଣାଯାଇଛି । ତେବେ ଏହି ଘଟଣା କିଛି ଦିନର ନୁହେଁ ୫ ବର୍ଷରୁ ଚାଲି ଆସୁଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ତେବେ ଏ ନେଇ ଆଇପିସି ଧାରା ଅନୁସାରେ ବିଭିନ୍ନ ମାମଲା ରୁଜୁ ହୋଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ ।

ପୁଣେ ସହରର ବଣ୍ଡ ଗାର୍ଡେନ ଥାନାରେ ୧୧ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୀଡିତାଙ୍କ ବାପା ଏବଂ ଭାଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇପିସି ଧାରା ୩୭୬ ଅନୁଯାୟୀ, ଉଭୟଙ୍କ ବିରୁଦ୍ଧରେ ମାମଲା ଦାୟର କରିଛି ପୋଲିସ । ସେହିପରି ନାବାଳିକାଙ୍କ ଜେଜେବାପାଙ୍କ ବିରୁଦ୍ଧରେ ମଧ୍ୟ ୩୫୪ ଧାରାରେ ଅସଦାଚରଣ ଅଭିଯୋଗ ରୁଜୁ ହୋଇଛି । ଏ ନେଇ ସ୍ଥାନୀୟ ପୋଲିସ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ନାବାଳିକା ଜଣକ ତାଙ୍କ ସହ ଘଟୁଥିବା ସମସ୍ତ ଘଟଣା ସ୍କୁଲ ବଖାଣିଥିଲା । ଏହିଠାରୁ ହିଁ ଘଟଣାର ପ୍ରକୃତ ତଥ୍ୟ ସାମନାକୁ ଆସିଥିଲା । ଏହାପରେ ଜଣା ପଡିଥିଲା ଯେ, ୨୦୧୭ରୁ ଝିଅର ଉତ୍ପୀଡନ ଆରମ୍ଭ କରିଥିଲା କଂସେଇ ବାପା । ଏହାପରେ ୨୦୨୦ରେ ବଡ ଭାଇ ମଧ୍ୟ ଏଭଳି କାରନାମା କରିବାକୁ ପଛାଇ ନଥିଲା । କେବଳ ସେତିକି ନୁହେଁ, ଜେଜେବାପାଙ୍କ ସମେତ ଜଣେ ଦୂର ସମ୍ପର୍କୀୟ ମଧ୍ୟ ନାବାଳିକାକୁ ଅସଦାଚରଣ କରୁତିବା ଜାଣିବାକୁ ମିଳିଛି । ତେବେ ଘଟଣା ସହ ସମସ୍ତେ ଏକା ସମୟରେ ସମ୍ପୃକ୍ତ ନଥିବା ହେତୁ ଏହାକୁ ଗଣବଳାତ୍କାର ବୋଲି କୁହାଯାଇ ପାରିବ ନାହିଁ । ତେଣୁ ଏହାକୁ ପୋକ୍ସୋ ଆକ୍ଟର ଶିଶୁ ଯୌନ ଶୋଷଣ ଅଭିଯୋଗରେ ସାମିଲ କରାଯାଇଛି । ତେବେ ଖୁବ ଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.