fbpx
BSKY
BJD MC SKY
BJD YOUTH SKY

ଖୁବଶୀଘ୍ର ଭାରତୀୟ ବଜାରରେ ମେଡ୍ ଇନ ଇଣ୍ଡିଆ ଇଲେକ୍ଟ୍ରିକ୍ କାର: ସୁଜୁକି ମୋଟର୍ସ ନିବେଶ କରିବ ୧୨୬ କୋଟି

ନୂଆଦିଲ୍ଳୀ: ଭାରତୀୟ ବଜାର ପାଇଁ ଇଲେକ୍ଟ୍ରିକ୍ କାର ଆଉ ନୂଆ ନୁହେଁ । ତେବେ ଭାରତରେ ଏହି କାରର ନିର୍ମାଣ ବହୁତ କମ୍ । ତେବେ ଭାରତରେ ଏଣିକି ନିଜର ବୈଦ୍ୟୁତିକ କାର ଉତ୍ପାଦନ ଆରମ୍ଭ କରିବ ସୁଜୁକି ମୋଟର୍ସ । ଏହି ଜାପାନିଜ୍ କମ୍ପାନୀ ଭାରତୀୟ ବଜାରରେ ନିର୍ମାଣ କରିବ ଇଲେକ୍ଟ୍ରିକ୍ କାର । ଏହା ସହିତ କମ୍ପାନୀ ପକ୍ଷରୁ ଏହାର ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି । କିଛି ଜାପାନିଜ୍ ମିଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ଭାରତରେ ଉତ୍ପାଦନ ଆରମ୍ଭ କରିବା ପାଇଁ ୧୫୦ ବିଲିୟନ୍ ୟେନ୍ ନିବେଶ କରିବାକୁ ଯାଉଛି ।

ଶନିବାର ଦିନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଭାରତ ଗସ୍ତରେ ଆସି ପହଞ୍ଚିଥିବା ବେଳେ ଏହି ଖବର ଟ୍ରେଣ୍ଡ କରୁଛି । ମୋଦୀଙ୍କୁ ଭେଟିବା ସମୟରେ ଜାପାନ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଜାପାନ ଭାରତରେ ଆଗାମୀ ୫ ବର୍ଷରେ ୫ ଟ୍ରିଲିୟନ୍ ୟେନ୍ ନିବେଶ କରିବାକୁ ଯାଉଛି । ଏହି ନିବେଶର ଏକ ଅଂଶ ସ୍ୱରୂପ ଜାପାନ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିପାରନ୍ତି । ଭାରତୀୟ ବଜାରକୁ ଲକ୍ଷ୍ୟରେ ରଖି ସୁଜୁକି ପକ୍ଷରୁ ଏକ ନୂତନ କାର ଲଞ୍ଚ କରାଯିବାର ଯୋଜନା ରହିଛି । ୨୦୨୫ ସୁଦ୍ଧା ଏହି ଇଲେକ୍ଟ୍ରିକ୍ କାର ଲଞ୍ଚ କରାଯିବ । ସମ୍ପୂର୍ଣ୍ଣ ଭାବରେ ଏହାକୁ ଭାରତରେ ନିର୍ମାଣ କରିବା ପାଇଁ ସୁଜୁକି ଟାର୍ଗେଟ ରଖିଛି ।

Get real time updates directly on you device, subscribe now.