fbpx

(Video) Believe It or Not; ବିକଟାଳ ରୂପ, ବିଶାଳ ଶରୀର ଧରି ଆସୁଛି ଭୟଙ୍କର ଜୀବ: ଦାନବ ନୁହେଁ ମହାଦାନବ

ଓଡ଼ିଶା ଭାସ୍କର: ବିଶାଳକାୟ ଶରୀର, ବିକଟାଳ ରୂପ ଆଉ ଅସୀମିତ ବଳ । ଏମିତି ଭୟଙ୍କର ଚେହେରା ଜଙ୍ଗଲ ସାରା ଘୁରି ବୁଲୁଛି ଏହି ଜୀବ । ଏ ଜୀବର ଚାଲି ଚଳଣି ଦେଖିଲେ ଛାତି ଥରି ଉଠୁଛି, ସତେ ଯେମିତି ସବୁଆଡ଼େ ବୁଲି ବୁଲି ଖୋଜୁଛି ଶିକାର । ଜୀବକୁ ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରି ହେଉନି, କିନ୍ତୁ କଥାଟି ସତ । ଏମିତି ଏକ ଜୀବକୁ ଦେଖିବା ପରେ ହୁଏତ ଯେ କେହି ବି ନିଜକୁ ଶାନ୍ତ ରଖିବା ସମ୍ଭବ ହୋଇ ପାରିବ ନାହିଁ । ଏ ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସବୁଠାରୁ ଭୟଙ୍କର ଦୃଶ୍ୟ ବୋଲି କହିଛନ୍ତି ରେକର୍ଡ କରିଥିବା ହାଇକର । କୁହାଯାଉଛି ଏ ଜୀବ ଆଉ କିଛି ନୁହେଁ, ବରଂ ଏକ ବିଗ୍ ଫୁଟ୍ ।

ରିପୋର୍ଟ ଅନୁସାରେ, ଘନ ଜଙ୍ଗଲରେ ଏକ ବିଶାଳକାୟ ଏବଂ ଛାୟାଦାର ଆକୃତିର ଜୀବ ଦେଖାଯାଇଛି । ଭିଡିଓ ସ୍ପଷ୍ଟ ଦେକା ଯାଉ ନଥିଲେ ମଧ୍ୟ ହାଇକର ଏହାକୁ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ ବୋଲି କହିଛନ୍ତି । ଭୟରେ ଏକ ‘ବିଗଫୁଟ’ର ଫଟୋ କଏଦ କରିବାରେ ସେ ସଫଳ ହୋଇଛନ୍ତି । ଏହାର ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହି ଜୀବ ମଣିଷ ଭଳି ୨ଟି ଗୋଡ଼ରେ ଠିଆ ହୋଇ ଚାଲି ପାରୁଥିଲେ ମଧ୍ୟ ଏହାର ଆକୃତି ଏବଂ ଚେହେରା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଖୁବ ଭୟଙ୍କର । ଭିଡିଓ କରିବା ସମୟରେ ବିଗଫୁଟ ହାଇକରଙ୍କୁ ଦେଖିଦେଇଥିଲା । ଏହାପରେ ସେ ସେଠାରୁ ଦୌଡ଼ି ପଳାଇଛନ୍ତି । ନଚେତ୍ ହାଇକରଙ୍କ ସହ ଏହି ବିଗଫୁଟ କ’ଣ କରିଥାନ୍ତା, ତାହା କଳ୍ପନା କରିବା ବି ମୁସ୍କିଲ ।

ବିଗଫୁଟର ଅସ୍ଥିତ୍ୱକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ଭୟ ଏବଂ ଧାରଣା ରହିଛି । କୁହାଯାଏ ଏହି ବିଗଫୁଟ ପୌରାଣିକ ଜୀବ ଏବଂ ଏହାକୁ ପ୍ରାୟତଃ ଲମ୍ବା କେଶରେ ଦେଖାଯାଇଥାଏ । ଏହାର ଆକୃତି ଏକ ବିଶାଳକାୟ ମାନବ ଭଳି ପ୍ରାଣୀ ହୋଇଥାଏ, କିନ୍ତୁ ମଣିଷ ଅପେକ୍ଷା ଏହା ଖୁବ ଭିନ୍ନ, ଖୁବ ଶକ୍ତିଶାଳୀ ଏବଂ ଖୁବ ଭୟଙ୍କର । ଏହା ସାଧାରଣତଃ ଉତ୍ତର ଆମେରିକା ଜଙ୍ଗଲରେ ପ୍ରଶାନ୍ତ ଉତ୍ତର-ପଶ୍ଚିମରେ ବୁଲୁଥିବାର ଦେଖାଯାଏ । ଏହାର ପାଦ ମଧ୍ୟ ଖୁବ ବଡ଼ ହୋଇତାଏ, ତେଣୁ ଏହାକୁ ବିଗଫୁଟ ବୋଲି କୁହାଯାଇଛି । ଏ ଜୀବର ପାଦ ପ୍ରାୟ ୨୪ ଇଞ୍ଚ ଲମ୍ବା ଏବଂ ୮ ଇଞ୍ଚ ଚଉଡ଼ା ହୋଇପାରେ ।

ଆମେରିକା ସଂସ୍କୃତିରେ ଅନେକ ପିଢୀରୁ ଏହି ବିଗଫୁଟକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ତେବେ ବୈଜ୍ଞାନିକ କାରଣ ଅଭାବରୁ ବିଗଫୁଟର ଉପସ୍ଥିତିକୁ ପ୍ରମାଣ କରିବା ପାଇଁ ଅନେକ ପ୍ରୟାସ କରାଯାଇଛି । ବିଭିନ୍ନ ଜଙ୍ଗଲରେ ଖୋଜାଖୋଜି କରିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ନଜର ରଖାଯାଇଛି । ସେପଟେ ଏହି ପୌରାଣିକ ଜୀବ ବିଗଫୁଟ ଉପରେ ଅନେକ ଫିଲ୍ମ, ବୃତ୍ତଚିତ୍ର ଏବଂ ପ୍ରକାଶନରେ ମଧ୍ୟ ଦର୍ଶାଯାଇଛି । ତେବେ ଲୋକେ ବର୍ତ୍ତମାନ ସୁଦ୍ଧା ଏହି ଜୀବର କଳ୍ପନା କରୁଥିବା ବେଳେ ଏହି ଭିଡିଓ ସମସ୍ତଙ୍କ ମନରେ ଆହୁରି ଭୟ ଭରି ଦେଇଛି । ଏହି ଘଟରାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅନେକ ୟୁଜର ଏହି ଭିଡିଓରେ ବିଭିନ୍ନ କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.