Breaking: ପ୍ରଚଣ୍ଡ ଖରାରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ

ଚାଲୁଥିଲା ଟ୍ରେନ। ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ହଠାତ୍ ଟ୍ରେନଟି ଚଳନ୍ତା ଅବସ୍ଥାରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ପରେ କାରଣ ଜଣା ପଡିଲା କି, ପ୍ରବଳ ଖରା ଯୋଗୁଁ ଟ୍ରେନରେ ନିଆଁ ଲାଗିଛି।

ଖଲ୍ଲିକୋଟ୍: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ। ପ୍ରଚଣ୍ଡ ରୌଦ୍ରତାପ କେବଳ ଜନଜୀବନକୁ ପ୍ରଭାବିତ କରୁଛି ତାହା ନୁହେଁ , ସବୁକିଛି ପୋଡି ଜାଳି ନଷ୍ଟ କରିଦେଉଛି। ଆଉ ତାର ଉଦାହରଣ ହେଉଛି ଏହି ଚଳନ୍ତା ଟ୍ରେନ।

ଯାହାକି ଖରାରେ ହୁତୁହୁତୁ ହୋଇ ଜଳୁଛି। ହଁ ପଲାସାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ କୋଇଲା ବୋଝେଇ ଟ୍ରେନ। ଯେଉଁଥିରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରେନଟି ବାଲୁଗାଁ ଷ୍ଟେସନରେ ଅଟକି ରହିଥିଲା।

ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ହେଲେ ହଠାତ୍ ଚଳନ୍ତା ଟ୍ରେନରେ ନିଆଁ ଲାଗିଯିବାର କାରଣ କେହି ଜାଣି ପାରିନଥିଲେ। ପରେ ସୂଚନା ମିଳିଲା କି ଅତ୍ୟଧିକ ଖରା ଯୋଗୁଁ ଟ୍ରେନରେ ନିଆଁ ଲାଗିଯାଇଛି।