fbpx

ଘରକୁ ଆସିଲେ ନୂଆ ଅତିଥି , ଦ୍ୱିତୀୟ ଥର ପିତା-ମାତା ହେଲେ ଆକାଶ ଓ ଶ୍ଲୋକା

ନୂଆଦିଲ୍ଲୀ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରକୁ ନୂଆ ଅତିଥି ଆସିଛି । ସେ ପୁଣି ଥରେ ଜେଜେ ହୋଇଛନ୍ତି । ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଏକ କନ୍ୟା ସନ୍ତାନଙ୍କ ଜନ୍ମ ଦେଇଛନ୍ତି। ଲକ୍ଷ୍ମୀଙ୍କ ଆଗମନରେ ଅମ୍ବାନୀ ପରିବାର ବହୁତ ଖୁସି ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଶ୍ଲୋକା ଅମ୍ବାନୀ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆକାଶଙ୍କ ବଡ ପୁଅକୁ ପ୍ରୀତି ଆକାଶ ଅମ୍ବାନୀ ନାମରେ ଜଣାଯାଏ। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ନାତୁଣୀ ହେବା ଖବର ସାମ୍ନାକୁ ଆସିଲା ପରେ ଶୁଭେଚ୍ଛାର ସୁଅ ଛୁଟିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.