fbpx
BJD
BJD SKY
BJD SKY

କେରଳରେ ଆଉ ଏକ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ରୋଗ ଏବଂ ଏହାର ଉପଚାର

BJD

କେରଳ: ବିଶ୍ୱବାସୀଙ୍କ ମନରୁ କରୋନାର ଭୟ ଯିବା ପୂର୍ବରୁ ଆଉ ଏକ ଭୂତାଣୁ ଏବେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । କେବଳ ସାଧାରଣ ଜନତା ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କେରଳ ତ୍ରିଶୂରର ଜଣେ ୪୭ ବର୍ଷୀୟ ଯୁବକଙ୍କ ଦେହରେ ଏକ ନୂଆ ଭୂତାଣୁ ଚିହ୍ନଟ କରାଯାଇଥିଲା । ୱେଷ୍ଟ ନାଇଲ ନାମକ ଏକ ଜ୍ୱରରେ ଆକ୍ରାନ୍ତ ହୋଇ ଏହି ଯୁବକ ଜଣକ ଗତ ସପ୍ତାହରେ ପ୍ରାଣ ହରାଇଛନ୍ତି । ତେବେ ଏହାକୁ ଭୂତାଣୁର ଦ୍ୱିତୀୟ ଶିକାର ବୋଲି କୁହାଯାଉଛି । କାରଣ ଗତ ୨୦୧୯ରେ ପ୍ରଥମ ରୋଗୀର ମୃତ୍ୟୁ ହୋଇତିବା ଦାବି ହୋଇଛି ।

ମଶା ଦ୍ୱାରା ଏହି ରୋଗ ଅଦିକ ବ୍ୟାପୁଥିବା ଏହି ଭାଇରସ ଏକ ଆରଏନଏ ଭାଇରସ ଯାହା ୱେଷ୍ଟ ନାଇଲ ଭାଇରସର କାରଣ ହୋଇପାରେ । ଏହି ଜିନସ ଫ୍ଲେବିଭାଇରସ ଭିତରୁ ଗୋଟିଏ, ଯେଉଁଥିରେ ଡେଙ୍ଗୁ, ଜିକା ଭଳି ଭାଇରସ ମଧ୍ୟ ସାମିଲ ରହିଛି । ଫ୍ଲୁ ଭଳି ଏହାର ଲକ୍ଷଣ ହୋଇଥିଲେ ବି ଅତି ଗମ୍ଭୀର ମାମଲାରେ ଏଥିରେ ଜୀବନ ମଧ୍ୟ ଯାଇପାରେ । କ୍ୟୁଲେକ୍ସ ନାମକ ଏକ ମଶା କାମୁଡିବା ଦ୍ୱାରା ଏହି ଜ୍ୱର ବ୍ୟପିଥାଏ । ମଣିଷ ବ୍ୟତୀତ ଘୋଡା ଏବଂ ଅନ୍ୟ ଜୀବଜନ୍ତୁ ମଧ୍ୟ ଏଥିରେ ସଂକ୍ରମିତ ହୋଇ ପାରନ୍ତି ।

ଭାଇରସରେ ସଂକ୍ରମିତ ୮୦% ଲୋକଙ୍କ ମଧ୍ୟରେ ଏହାର କୌଣସି ଲକ୍ଷଣ ଦେଖା ଯାଉନଥିବା ବେଳେ ୨୦% ଲୋକଙ୍କୁ ଜ୍ୱର ହୋଇଥାଏ । ଜ୍ୱର, ମୁଣ୍ଡବିନ୍ଧା, କ୍ଳାନ୍ତ, ଶରୀରପୀଡା, ଗଳାରେ ଯନ୍ତ୍ରଣା ଇତ୍ୟାଦି ହେଉଛି ଏହି ରୋଗର ଲକ୍ଷଣ । ତେବେ ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ମଶା କାମୁଡାରୁ ନିଜକୁ ଦୂରେଇ ରଖିବା ହିଁ ଏହି ରୋଗର ଏକମାତ୍ର ପ୍ରତିକାର ।

Get real time updates directly on you device, subscribe now.