fbpx

ଲାଇଭ୍ ଟିଭିରେ ଛେପ ପକାଇଲେ ଜଣେ ମନ୍ତ୍ରୀ, ଅଶୋଭନୀୟ ଆଚରଣକୁ ବିଭିନ୍ନ ମହଲରୁ ବିରୋଧ

ନୂଆଦିଲ୍ଲୀ: ଅନେକ ସମୟରେ ଲାଇଭ୍ ଶୋ’ରେ କିଛି ବ୍ୟକ୍ତି ଅଜବ ପ୍ରକାରର ହରକତ ଦେଖାଇଥାନ୍ତି । ନିକଟରେ ପାକିସ୍ତାନର ଜଣେ ମନ୍ତ୍ରୀ ଏପରି ଏକ ଅମାନବୀୟ କାରନାମା କରିଛନ୍ତି । ଟିଭିରେ ଲାଇଭ୍ ପ୍ରସାରଣ ଚାଲିଥିବା ବେଳେ ଜଣେ ମନ୍ତ୍ରୀ ଅଶୋଭନୀୟ ଆଚରଣ କରିଥିଲେ । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏଭଳି କିଛି କାରନାମା କରିଛନ୍ତି ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ ଶେଖ ରଶିଦ । ସେ ଲାଇଭ୍ ଟିଭିରେ ଡିବେଟ୍ ଚାଲିଥିବା ବେଳେ ଛେପ ପକାଉଥିବା ଭିଡିଓରେ ଦେଖାଯାଉଛି । ଟିଭିରେ ଆଙ୍କର ଜଣଙ୍କ ରଶିଦଙ୍କୁ ଏକ ପ୍ରଶ୍ନ କରିଥିଲେ । ଏହାର ଜବାବ ଦେଖାବାକୁ ଯାଇ ରଶିଦ ନିଜ ବକ୍ତବ୍ୟରେ ଛେପ ଶବ୍ଦ ବ୍ୟବହାର କରିବା ସହ ସତ ସତିକା ଛେପ ପକାଇଥିଲେ । ଏହାକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ବି.ଦ୍ର: କିଛିଦିନ ତଳେ ଏହି ଖବରଟି ଭୁଲ୍ ଭାବେ ପ୍ରଦର୍ଶିତ ହୋଇଥିଲା । ଏହି କଣ୍ଟେଣ୍ଟରେ ଗଉଡ଼ ଶବ୍ଦ ଭୁଲବଶତଃ ପ୍ରୟୋଗ କରାଯାଇଥିଲା । ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଆମେ ସମସ୍ତେ ଗୋଟିଏ ମାଟିର, ଗୋଟିଏ ଜାତିର ସନ୍ତାନ । ସମସ୍ତ ଜାତିର ସନ୍ତାନମାନେ ଗୋଟିଏ ମାଆର ସନ୍ତାନ । ଏଠାରେ କେହି ଛୋଟ ବଡ଼ ନୁହନ୍ତି । ଆମେ ସମସ୍ତେ ସମାନ । ଯଦି ଏହି ଭୁଲ୍ ପାଇଁ କୌଣସି ଓଡ଼ିଆ ଭାଇଙ୍କୁ ଆଘାତ ଦେଇଥାଏ, ସେଥିପାଇଁ ଆମ୍ଭେ ଭୁଲ୍ ସ୍ୱୀକାର କରୁଛୁ । ଆସନ୍ତୁ, ଆମେ ସମସ୍ତେ ଏକ ହୋଇ ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେବା ।

Get real time updates directly on you device, subscribe now.