fbpx

Bullet ଧରି କନ୍ୟା ଉଡାନ-ଛୁ: ବିବାହ ପୂର୍ବରୁ ଦୁଲହନଙ୍କ ଏଭଳି କାମ, Video ଭାଇରାଲ

ପ୍ରତ୍ୟେକ ମଣିଷ ପାଇଁ ବିବାହ ଦିନଟି ଖୁବ ସ୍ପେଶାଲ ଏବଂ ସ୍ମୃତିଭରା ହୋଇଥାଏ । ତେଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ଲୋକ କିଛି ଭିନ୍ନ କରିବା ପାଇଁ ଇଚ୍ଛାପ୍ରକାଶ କରିଥାନ୍ତି । ତେଣୁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ଇଭେଣ୍ଟ ବ୍ୟତୀତ ବର-କନ୍ୟାଙ୍କର ଅଜବ କାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି । ଠିକ ସେମିତି ଜଣେ ଦୁଲହନ ବାହାଘରର ଟିକିଏ ପୂର୍ବରୁ ବୁଲେଟ ଧରି ଉଡାନ ଛୁ ମାରିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କର ଏଭଳି ଏକ କାରନାମାରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିବାହ ବେଦୀରେ ବସିବା ପୂର୍ବରୁ କାହିଁକି ବୁଲେଟ ଧରି ଛୁ ମନ୍ତର ହୋଇଗଲେ ଦୁଲହନ । ତେବେ ପ୍ରକୃତ ଘଟଣା ହେଉଛି କନ୍ୟା ପାର୍ଲରରେ ରେଡି ହୋଇ ଫେରିବା ବେଳେ ବୁଲେଟ ଧରି ଉଡାନ-ଛୁ ହୋଇଯାଇଛନ୍ତି । ତେବେ ଏହାର କାରଣ କିଛି ମନ୍ଦ ନୁହେଁ । ବିବାହକୁ ମେମୋରେବଲ ବନାଇବା ପାଇଁ କିଛି ନୂଆ ଉପାୟ ଚିନ୍ତା କରିଛନ୍ତି ଦୁଲ୍ହନ । ପାର୍ଲରରୁ ବୁଲେଟ ଚଢି ସେ ୱେଡିଙ୍ଗ ଭେନ୍ୟୁ ପର୍ଯ୍ୟନ୍ତ ପହଞ୍ଚିଛନ୍ତି ।

ତେବେ ଏମିତି କରିବା ପାଇଁ ସେ ତାଙ୍କ ବାପାଙ୍କ ପାଖରେ ଖୁବ ଜିଦି କରିଥିଲେ । ବୁଲେଟ ଚଢି ବିବାହ ମଣ୍ଡପକୁ ଯିବା ପାଇଁ ତାଙ୍କର ଏକ ସ୍ୱପ୍ନ ଥିଲା । ତେଣୁ ପାର୍ଲରରୁ ଫେରିବା ବେଳେ ସେ ବୁଲେଟ ଧରି ଫେରିଥିଲେ । ଓଜନଦାର ଡ୍ରେସ ସାଙ୍ଗକୁ ଗହଣା ଇତ୍ୟାଦିରେ ସଜେଇ ହୋଇ ଜଣେ କନ୍ୟା ବୁଲେଟ ଧରି ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଡିଂରେ ରହିଛି । କନ୍ୟା ବେଶରେ ରାସ୍ତାରେ ବୁଲେଟ ଚଳାଉଥିବା ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ ହେବା ମାତ୍ରେ ୟୁଜରମାନେ ଏହାକୁ ଖୁବ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.