fbpx
BJD
BJD SKY
BJD SKY

ରୋଷେଇ କରିବାବେଳେ ଆପଣାନ୍ତୁ ଏହି ଉପାୟ, ସରିବ କମ୍ ଗ୍ୟାସ୍

ନୂଆଦିଲ୍ଲୀ: ବଢ଼ୁଥିବା ଦରଦାମ୍ ମଧ୍ୟରେ ରନ୍ଧନ ଗ୍ୟାସ୍ ଦାମ୍ ମଧ୍ୟ ଖୁବ୍ ବଢ଼ିଛି । ଏମିତିରେ ରୋଷେଇ କରୁଥିବା ମହିଳାମାନେ ଅଧିକ ଯତ୍ନର ସହ ଗ୍ୟାସ କରିବାକୁ ପଡ଼ୁଛି । ଗ୍ୟାସର ବ୍ୟବହାର ଯେପରି କମ୍ ହେଉ ଏଥିପାଇଁ ଅନେକ ମହିଳାମାନେ ମନ ପସନ୍ଦର ଖାଦ୍ୟ ମଧ୍ୟ ବନାଇ ପାରୁନାହାଁନ୍ତି । କିନ୍ତୁ ଏଭଳି କିଛି ସାଧାରଣ ଉପାୟ ଅଛି ଯାହାଦ୍ୱାରା ଆପଣ ରୋଷେଇ ଗ୍ୟାସ୍ ବଞ୍ଚାଇପାରିବେ । ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ।

  • ଗ୍ୟାସ୍ ବଞ୍ଚାଇବା ପାଇଁ ଆପଣ ନନ-ଷ୍ଟିକ୍ ପ୍ୟାନ୍ ର ବ୍ୟବହାର କରିପାରିବେ । ନନ୍ ଷ୍ଟିକ୍ ପ୍ୟାନରେ ଖାଦ୍ୟ ତିଆରି କରିବା ଦ୍ୱାରା ଖାଦ୍ୟ ଭଲ ଭାବରେ ହେବ ଏବଂ ପୋଡ଼ିଯିବନି । ଏହାଦ୍ୱାରା ଗ୍ୟାସ ମଧ୍ୟ ବଞ୍ଚିଯିବ ।
  • ଖାଦ୍ୟ ତଆରି କରିବା ପାଇଁ ପ୍ରେସର କୁକରର ବ୍ୟବହାର କରନ୍ତୁ । ଡାଲି, ମାଂସ, ଚିକେନ୍ ଏବଂ ଅନ୍ୟ ପରିବାକୁ ସିଝାଇବା ପାଇଁ ଅଧିକ ସମୟ ଲାଗିଥାଏ । ତେଣୁ ଆପଣ ପ୍ରେସର କୁକରର ବ୍ୟବହାର କରିପାରିବେ ।
  • ଫ୍ରିଜରେ ରଖିଥବା ଥଣ୍ଡା ଜିନିଷକୁ ସିଧାସଳଖ ଗରମ କରନ୍ତୁ ନାହିଁ । ଯେମିତିକି କ୍ଷୀର, ଦହି କିମ୍ବା ତରକାରୀ ଇତ୍ୟାଦି । ଏହାକୁ ୧-୨ ଘଣ୍ଟା ପୂର୍ବରୁ ଫ୍ରିଜ୍ ରୁ କାଢ଼ି ବାହାରେ ରଖିଦିଅନ୍ତୁ ଫଳରେ ଏହା ରୁମ୍ ର ତାପମାତ୍ରାରେ ରହିବ ଏବଂ ପରେ ଏହାକୁ ବ୍ୟବହାର କରନ୍ତୁ । ଏମିତି କରିବା ଦ୍ୱାରା ଗ୍ୟାସ୍ କମ୍ ସରିବ । କାରଣ ଅତ୍ୟଧିକ ଥଣ୍ଡା ଜିନିଷକୁ ଗରମ କରିବାରେ ଅଧିକ ଗ୍ୟାସ ଲାଗିବ ।
  • ଏମିତିରେ ସାଧାରଣତଃ ସମସ୍ତେ ଶୁଖିଲା କଡ଼େଇ କିମ୍ବା ବାସନରେ ରୋଷେଇ କରିଥାନ୍ତି, କିନ୍ତୁ ଅନେକ ସମୟରେ ବାସନ ଓଦା ଅବସ୍ଥାରେ ରୋଷେଇ ଆରମ୍ଭ କରିଥାନ୍ତି  ଏହାଦ୍ୱାରା  ଅଧିକ ଗ୍ୟାସ ସରିଥାଏ । ତେଣୁ ଶୁଖିଲା ବାସନରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ।

Get real time updates directly on you device, subscribe now.