fbpx

Lunch ପରେ ଅଫିସ୍ ରେ କାମ କରିବା ପାଇଁ ମନ ହେଉନାହିଁ ? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଆପଣଙ୍କ ସହ ଏଭଳି ହୋଇଥାଏ ଯେ ଆପଣ ରେଡି ହୋଇ ଅଫିସ୍ ଯାଉଛନ୍ତି । କିନ୍ତୁ କିଛି ସମୟ ପରେ ଆପଣଙ୍କୁ ନିଦ ଲାଗିବା ଆରମ୍ଭ ହେଉଛି । ଏକ ରିସର୍ଚ୍ଚ ଅନୂଯାୟୀ, ଅଫିସ୍ ଯାଉଥିବା ୫ ରୁ ୨ ବ୍ୟକ୍ତି ନିଦକୁ ନେଇ ଚିନ୍ତିତ ଥା’ନ୍ତି । କାମ କରିବା ସମୟରେ ନିଦ ଲାଗିବାର ଅନେକ କାରଣ ଅଛି । ଠିକ୍ ଭାବରେ ନଶୋଇବା, ଠିକ୍ ସମୟରେ ନ ଉଠିବା ଇତ୍ୟାଦି ଏହାର କାରଣ ହୋଇପାରେ । ସେହିପରି ଲଞ୍ଚରେ ଅଧିକ ଖାଇବା ମଧ୍ୟ ନିଦ ଆସିବାର ଏକ ମୁଖ୍ୟ କାରଣ । ଫଳରେ ଆପଣ ଠିକ୍ ଭାବରେ କାମ କରିପାରନ୍ତି ନାହିଁ । ଅନେକ ଥର ତ’ ଏଥିପାଇଁ ଉପରସ୍ଥ ଅଧିକାରୀଙ୍କ ଠାରୁ ତାଗିଦ୍ ବି କରିଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଉପାୟ ବିଷୟରେ ଯାହାଦ୍ୱାରା ଆପଣ ଅଫିସରେ ବସ୍ ଙ୍କ ଗାଳି ଖାଇବାରୁ ବଞ୍ଚିଯିବେ, ଆଉ ଆପଣଙ୍କୁ ନିଦ ମଧ୍ୟ ଲାଗିବନି ।

  • ଯଦି ଆପଣଙ୍କୁ ନିଦ ଆସୁଛି ଅଫିସରେ କାମ ସମୟରେ ତେବେ ଗୀତ (music) ଶୁଣନ୍ତୁ । ଆପଣ ହେଡଫୋନ୍ ଦ୍ୱାରା ଯଦି କିଛି ସମୟ ଗୀତ ଶୁଣୁଛନ୍ତି ତେବେ ଆପଣଙ୍କ ମୁଡ୍ ରିଫ୍ରେଶ୍ (mood refresh) ହୋଇପାରିବ । କିନ୍ତୁ ଧ୍ୟାନ ରଖନ୍ତୁ ଏଭଳି ଗୀତ ଶୁଣିବାର ଅଛି ଯାହାଦ୍ୱାରା ଆପଣଙ୍କ ମୁଡ୍ ରିଫ୍ରେଶ ହୋଇଯିବ ।
  • କଫିରେ କ୍ୟାଫିନ୍ ରହିଛି, ଯାହା ଶରୀରକୁ ଫୂର୍ତ୍ତି ଯୋଗାଏ । ଅଫିସରେ ଯଦି ଆପଣଙ୍କୁ ନିଦ ଆସୁଛି, ତେବେ ଆପଣ କଫି ପିଇପାରିବେ । ଏହାଦ୍ୱାରା ନିଦ ଆସିବ ନାହିଁ । ଚା’ ମଧ୍ୟ ଏକ ଭଲ ଅପ୍ସନ ହୋଇପାରେ କିନ୍ତୁ ଚାହା ପିଇବା ଦ୍ୱାରା ଗ୍ୟାସ ହେବାରେ ସମ୍ଭାବନା ରହିଛି ।
  • ଯଦି ଆପଣଙ୍କୁ ଅଫିସରେ ନିଦ ଲାଗୁଛି, ତେବେ ଆପଣ ନିଜକୁ ଆକ୍ଟିଭ୍ ରଖିବା ପାଇଁ କିଛି ସମୟ ବ୍ରେକ୍ ନେଇଯାଆନ୍ତୁ । ଶରୀରକୁ ଡିହାଇଡ୍ରେଟ୍ ହେବାକୁ ଦିଅନ୍ତୁ ନାହିଁ, ପାଣି ପିଅନ୍ତୁ ଏହାଦ୍ୱାରା ଆପଣଙ୍କୁ ଫ୍ରେସ୍ ଲାଗିବ ଏବଂ ଆକ୍ଟିଭ ରହିବାରେ ସହଜ ହେବ ।
  • ସବୁଠୁ ବଡ଼ କଥା ଯଦି ଆପଣଙ୍କ ନିଦ ପୂରା ହେଉନାହିଁ ତେବେ ଆପଣ ଦିନରେ ଠିକ୍ ଭାବରେ କାମକରିପାରିବେ ନାହିଁ, ଦିନସାରା ଅଳସୁଆ ଲାଗିଥାଏ, ଅନେକ ସମୟରେ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ, ଏହା ଅନ୍ୟ ସମସ୍ୟା ମଧ୍ୟ ରହିଛି । ଏଥିପାଇଁ ଆପଣ ପୂରା ନିଦ ଶୁଅନ୍ତୁ ଏବଂ ଠିକ୍ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.