fbpx

ଏତେ ବଡ କଲମ, ଯାହାକୁ ଲେଖିବା ପାଇଁ ଦରକାର ହୁଅନ୍ତି ୫-୬ ଜଣ ବ୍ୟକ୍ତି: ଗିନିଜ ରେକର୍ଡରେ ପାଇଲା ସ୍ଥାନ

Advertisement

ନୂଆଦିଲ୍ଲୀ: ଗିନିଜ ବୁକରେ ରେକର୍ଡ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି । ନୂଆ ନୂଆ ଜିନିଷ ଉଦ୍ଭାବନ କରି ବିଶ୍ୱ ରେକର୍ଡରେ ଏମିତି ନିଜ ନାମ ସାମିଲ କରିବାର ଥାଏ ସମସ୍ତଙ୍କ ଲକ୍ଷ୍ୟ । ଠିକ ସେହିପରି ୱାର୍ଲ୍ଡ ଗିନିଜ ବୁକ ଅଫ ରେକର୍ଡରେ ନିଜ ନାମରେ ସାମିଲ କରିଛନ୍ତି ଆଚାର୍ଯ୍ୟ ମକୁନୁରୀ ଶ୍ରୀନିବାସ । ୫.୫ ମିଟର ଅର୍ଥାତ ୧୮ ମିଟର ଲମ୍ବର ଏକ ପେନ ତିଆରି କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

ନିଶ୍ଚିତ ଏହା ସାରା ବିଶ୍ୱ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉଦ୍ଭାବନ, ଯାହାକୁ ଗିନିଜ ବୁକ ଅଫ ରେକର୍ଡ ଦୁନିଆର ସବୁଠୁ ବଡ ବଲ ପଏଣ୍ଟ ବୋଲି ଘୋଷଣା କରିଛି । ତେବେ ଏହି ପେନର ଓଜନ ୩୭.୨୩ କିଲୋଗ୍ରାମ ବୋଲି ଜଣାପଡିଛି । ତେବେ ଏହି ପେନ ଜଣେ ସାଧାରଣ ଲୋକ ବ୍ୟବହାର କରିବା ଅସମ୍ଭବ । ଏହି ପେନରେ ଲେଖିବା ପାଇଁ ହେଲେ ୫-୬ ଜଣ ଲୋକଙ୍କ ଆବଶ୍ୟକତା ହୋଇଥାଏ । ଥରେ ଦେଖନ୍ତୁ କିପରି ବ୍ୟବହାର କରାଯାଉଛି ଏହି ବିଶାଳକାୟ ପେନ ।

ଇନଷ୍ଟାଗ୍ରାମ ପେଜରେ ଏହି ପେନର ଫଟୋ ଏବଂ ଭିଡିଓ ଅପଲୋଡ କରିଛି ଗିନିଜ ବୁକ ଅଫ ରେକର୍ଡସ । ଏହାକୁ ତିଆରି କରିବା ପାଇଁ ପ୍ରାୟ ୯ କିଲୋଗ୍ରାମର ପିତଳ ବ୍ୟବହାର କରାଯାଇଛି । ତେବେ ସୋଶିଆଲ ମିଡିଆରେ ଶେୟାର ହେବା ପରେ ଏହି ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ୨୦୧୧ରେ ମଧ୍ୟ ଏହିପରି ଏକ ରେକର୍ଡ ସୃଷ୍ଟି କରିଥିଲା ହାଇଦ୍ରବାଦ । ୧.୪୫ ମିଟର(୪ଫୁଟ ୯ ଇଞ୍ଚ)ର ଏକ କଲମ ତିଆରି କରି ଗିନିଜ ବୁକ ଅଫ ରେକର୍ଡରେ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.