fbpx

ACC- ଅମ୍ବୁଜା ସିମେଣ୍ଟ ଚୁକ୍ତି: ଲିଷ୍ଟର ସବୁଠୁ ଆଗରେ JSW ଏବଂ ଆଦାନୀ ଗ୍ରୁପ

Advertisement

ନୂଆଦିଲ୍ଲୀ: ଭାରତରେ ସ୍ୱିଜରଲ୍ୟାଣ୍ଡ ଆଧାରିତ ହୋଲସିମ ଏଜିର ସିମେଣ୍ଟ ବ୍ୟବସାୟକୁ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ଦେଶର ପ୍ରତିଷ୍ଠିତ କମ୍ପାନୀ । କିନ୍ତୁ ଅଦାନୀ ଗ୍ରୁପ ଅଫ କମ୍ପାନୀଜ ଏବଂ JSW ଏହି ତାଲିକାର ଶୀର୍ଷରେ ରହିଛନ୍ତି । ଭାରତରେ ହୋଲସିମ ଏଜିର ୨ଟି ସହାୟକ କମ୍ପାନୀ (ଅମ୍ବୁଜା ସିମେଣ୍ଟ ଏବଂ ଏସିସି ସିମେଣ୍ଟ) ମଧ୍ୟ ଚାଲୁ ରହିଛି । ଅନ୍ୟ ପକ୍ଷରେ JSW ଗ୍ରୁପ ଏଥିପାଇଁ ୭ ବିଲିୟନଡଲାର ବିଡ କରିବାକୁ ପ୍ରସ୍ତୁତ ରହିଛି । ସେହିପରି ବିଲିୟନାରୀ ଗୌତମ ଆଦାନୀଙ୍କ କଙ୍ଗଲୋମେରେଟ ଆଦାନୀ ଗ୍ରୁପ ମଧ୍ୟ ଏହାକୁ କିଣିବା ପାଇଁ ଯୋଜନା କରୁଥିବା ଜଣାଯାଇଛି ।

ଗତ ଏପ୍ରିଲରେ ଏହା ମଧ୍ୟ ଖବର ଆସିଥିଲା ଯେ, ହୋଲସିମ ଖୁବ ଶୀଘ୍ର ଭାରତରୁ ବିଦାୟ ନେବାକୁ ଯାଉଛି । ଏହା ସହିତ ଦୁଇ ଶାଖା ଅମ୍ବୁଜା ସିମେଣ୍ଟ ଏବଂ ଏସିସି ସିମେଣ୍ଟ ମଧ୍ୟ ଏଥିରେ ସାମିଲ ରହିବ ବୋଲି ଖବର ପ୍ରକାଶିତ ହୋଇଥିଲା । ତେବେ ଏହାକୁ ନିଜ ଇକ୍ୟୁଇଟିର ୪.୫ବିଲିୟନ ଡଲାର ଏବଂ ବ୍ୟକ୍ତିଗତ ଇକ୍ୟୁଇଟି ପାର୍ଟନର ଭାବରେ ୨.୫ ବିଲିୟନ ଡଲାର ବିଡ କରିବାକୁ ପ୍ରସ୍ତାବ ଦେଇଛି JSW ଗ୍ରୁପ ।

ଏହାପରେ ଗତ ମାସରେ ହୋଲସିମର ସିମେଣ୍ଟ କିଣିବା ପାଇଁ ଆଗ୍ରହ ଦେଖାଇଥିଲା ଆଦାନୀ ଗ୍ରୁପ । ସ୍ୱିଜରଲାଣ୍ଡ ହୋଲସିମର ଏକ ଅଂଶ କିଣିପାରେ ଅଦାନୀ ଗ୍ରୁପ । ରିପୋର୍ଟ ଅନୁଯାୟୀ, ବିଶ୍ୱର ସର୍ବବୃହତ ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ ଅମ୍ବୁଜା ସିମେଣ୍ଟର ୬୩.୧ ପ୍ରତିଶତ ନିଜର କରିଛି । ଅମ୍ବୁଜା ଏବଂ ଏସିସି ସିମେଣ୍ଟର ମିଳିତ କ୍ଷମତା ରହିଛି ୬୬ ମିଲିୟନ ଟନ । ତେବେ ମାର୍କେଟରେ ଅଲଟ୍ରାଟେକ(୧୨୦ ମିଲିୟନ ଟନ) ପରେ ଏହା ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ସଂସ୍ଥା ।

Get real time updates directly on you device, subscribe now.