fbpx
BJD SKY
BJD SKY

ଜଣେ ବ୍ୟକ୍ତି ଥରେ ନୁହେଁ, ୧୦ ଥର ହୋଇପାରେ କରୋନା ସଂକ୍ରମିତ – ଜାଣନ୍ତୁ କ’ଣ କହୁଛନ୍ତି ଦିଲ୍ଲୀ ଡାକ୍ତର

BJD

ନୁଆଦିଲ୍ଲୀ : କୋଭିଡ୍ -୧୯ ଧ୍ରୁତ ଗତିରେ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦,୦୦୦ ରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆହୁରି ବଢିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

କରୋନା ବଢୁଥିବା ମାମଲା ସତ୍ତ୍ୱେ ଲୋକମାନେ ଏହାକୁ ହେଳା କରୁଛନ୍ତି । ଅନେକ ଲୋକ ଭାବନ୍ତି ଯେ ସେମାନେ ଏହି ଟିକା ନେଇଛନ୍ତି ତେଣୁ ସେମାନେ ସଂକ୍ରମିତ ହେବାର ସମ୍ଭାବନା ନାହିଁ । ଆଉ କିଛି ଲୋକ ଏମିତି ମଧ୍ୟ ଚିନ୍ତା କରନ୍ତି ଯେ, ଆମକୁ କରୋନା ହୋଇ ସାରିଛି ଏବଂ ଆଉ ଥରେ ହେବାର ସମ୍ଭାବାନା ନାହିଁ ।

ଯଦିଓ ଏମିତି ଭାବୁଛନ୍ତି, ତେବେ ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ । ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ବା ଟୀକା ନେଇଛନ୍ତି ସେମାନେ ପୁନର୍ବାର କରୋନା ହେବାର ସମ୍ଭାବାନା ରହିଛି ।

ନୂଆଦିଲ୍ଲୀର ଏକ ହସ୍ପିଟାଲର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ଲୋକମାନେ କୋଭିଡ -୧୯ ଦ୍ୱାରା ଅନେକ ଥର ସଂକ୍ରମିତ ହୋଇପାରନ୍ତି। ଯେଉଁମାନେ ପୂର୍ବରୁ କରୋନାର ଶିକାର ହୋଇଥିଲେ କିମ୍ବା ଯେଉଁମାନେ ଟୀକାକରଣ କରିଛନ୍ତି, ସେମାନେ ମଧ୍ୟ ପୁର୍ନବାର ହେବାର ସମ୍ଭାବାନ ରହିଛି । ତେଣୁ ସେମାନେ ବି କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ୍ । କୋଭିଡର ଭଇରସ୍ ବିଭିନ୍ନ ସମୟରେ ନୂଆ ନୂଆ ଭ୍ୟାରିଏଣ୍ଟରେ ଆସୁଛି ଏବଂ ଲୋକେ ସଂକ୍ରମିତ ହେଉଛନ୍ତି । କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ, ନଚେତ୍ ପରିସ୍ଥିତି ପୁଣି ଖରାପ ହୋଇପାରେ ।

କୋଭିଡ ସଂକ୍ରମଣ ପ୍ରତ୍ୟେକ ଥର ବିପଜ୍ଜନକ କି?
ଡକ୍ଟର ସୋନିଆ ରାୱତ କହିଛନ୍ତି ଯେ ଯଦି ଏକାଧିକ ଥର କୋଭିଡ ସଂକ୍ରମିତ ହୋଇଥିବା ଲୋକ ସାମାନ୍ୟ ସଂକ୍ରମିତ ହୋଇପାରନ୍ତି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କିମ୍ବା ଗୁରୁତର ଅସୁସ୍ଥତା ଅଛି, ସେମାନଙ୍କ ପାଇଁ ବାରମ୍ବାର କୋଭିଡ ସଂକ୍ରମଣ ସାଂଘାତିକ ହୋଇପାରେ । ଏହିପରି ଲୋକମାନେ ପ୍ରତ୍ୟେକ ଥର କୋଭିଡରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ ।

Get real time updates directly on you device, subscribe now.