fbpx

ହାଇ ଆଲର୍ଟରେ ଭାଇଜାନ! ସାଲମାନଙ୍କୁ ଆଲିଙ୍ଗନ ପୂର୍ବରୁ ଯାଞ୍ଚ ହେବ ଆଧାର କାର୍ଡ: ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡର ଭାଇଜାନ ସାଲମାନଙ୍କୁ ହତ୍ୟା ଧମକକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ତେବେ ଥରେ ନୁହେଁ, ସାଲମାନଙ୍କ ବାରମ୍ବାର ଏପରି ଧମକ ମିଳିବା ପରେ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ମୁମ୍ବାଇ ପୋଲିସ । ମାର୍ଚ୍ଚ ୧୮ ତାରିଖ ପରେ ଗତ ମଙ୍ଗଳବାର ପୁଣିଥରେ ତାଙ୍କୁ ମାରିବା ପାଇଁ ଧମକ ଦିଆଯାଇଛି । ତେବେ ଏହାପରେ ମୁମ୍ବାଇ ପୋଲିସ ଏଥିପାଇଁ ଏକ ନୂଆ ନିୟମ ଲାଗୁ କରିଛି । ସାଲମାନ ଖାନଙ୍କୁ ଭେଟିବା ପାଇଁ ଆସୁଥିବା ସମସ୍ତଙ୍କର ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡାକଡି କରିବାକୁ ଯୋଜନା କରୁଛି ମୁମ୍ବାଇ ପୋଲିସ ।

ଦ୍ୱିତୀୟ ଥର ଭାଇଜାନଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ଏବେ ସୁରକ୍ଷାକୁ ନେଇ ହାଇ ଆଲର୍ଟରେ ରହିଛି । ସାଲମାନଙ୍କ ନୂଆ ଚଳଚ୍ଚିତ୍ର ‘କିସି କା ଭାଇ କିସି କା ଜାନ୍’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସମସ୍ତ ଆଇଡି କାର୍ଡ ଯାଞ୍ଚ କରାଯାଇଛି । ତେବେ ଏହି ପ୍ରକ୍ରିୟା ଭାଇଜାନଙ୍କର ସମସ୍ତ ଇଭେଣ୍ଟରେ ଜାରି ରହିବ ବୋଲି କହିଛି ମୁମ୍ବାଇ ପୋଲିସ । ଏଣିକି ସାଲମାନଙ୍କୁ ଭେଟି ଆଲିଙ୍ଗନ କରିବା ସେତେଟା ସହଜ ହେବନାହିଁ । ଆଗକୁ ସାଲମାନ ଖାନଙ୍କୁ ଆଲିଙ୍ଗନ କରିବା ପାଇଁ ହେଲେ ଆଧାର କାର୍ଡ ଯାଞ୍ଚ କରାଯିବ । ଆଗକୁ ସାଲମାନଙ୍କ ପ୍ରତ୍ୟେକ ଇଭେଣ୍ଟରେ ମୁମ୍ବାଇ ପୋଲିସ ଏଭଳି ଯାଞ୍ଚ କରିବ ବୋଲି ଜଣାଯାଇଛି ।

ଆଗାମୀ ୧୬ ତାରିଖରେ ମୁମ୍ବାଇର ବାବା ସିଦ୍ଦିକି ଇଫତାର ପାର୍ଟି ଆୟେଜନ କରିଥିବା ବେଳେ ଏଥିରେ ସାଲମାନଭ୍କ ସହ ଶାହରୁଖ ମଧ୍ୟ ଯୋଗ ଦେଇପାରନ୍ତି । ଏଥିପାଇଁ ମୁମ୍ବାଇ ପୋଲିସ ଏହି ଉତ୍ସବ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଥଥା ସମ୍ଭାବ୍ୟ ପରିଦର୍ଶକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

Get real time updates directly on you device, subscribe now.