fbpx
BSKY
BJD SHG SKY
BJD YOUTH SKY

୨୫ଟି ସହରର ପାରଦ ୪୦ ଉପରେ ; ସବୁଠାରୁ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର : ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଓଡିଶା । ରାଜ୍ୟର ମୋଟ୍ ୨୫ ଜିଲ୍ଲାର ତାପମାତ୍ରା ୪୦ ଟପିଛି । ଉପକୂଳ ଓଡିଶା ସମେତ ପଶ୍ଚିମ ଓଡିଶାର ପାରଦ ଆଜି ୪୦ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ଆଦି ଜିଲ୍ଲାର ତାପମାତ୍ରା ୪୧ ଉପରେ ରହିିଛି । ସେହିପରି ୪୨ ଡିଗ୍ରି ତାପମାତ୍ରା ଉପରେ ୮ଟି ସହର ରହିଛି । ବାରିପଦା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ।

ଗୁରୁବାର ବାରିପଦାର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୪୨. ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା । ସେହିପରି ଅନୁଗୁଳ, ସୋନପୁର ଓ ବୈଦ୍ଧରେ ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଟିଟିଲାଗଡରେ ୪୨.୨ ଡିଗ୍ରୀ ସେଲସିୟସ୍ ଏବଂ ତାଳଚେର , ଭବାନୀପାଟଣା ଓ ବଲାଙ୍ଗୀର ରୁ ତାପାମତ୍ରା ୪୨ ଡିଗ୍ରୀ ସେଲସିୟସ୍ ରହିଥିବା ସୂଚନା ମିଳିଛି । କଟକ ଓ ଭଦ୍ରକରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ପାର ହୋଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ସେଲସିୟସ୍ ରେକର୍ଡ ହୋଇଛି । ଆଗାମୀ୨ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ରହିବାର ସମ୍ଭାବନା ରହିଛି। ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବୋଚ୍ଚ ସ୍ତରରେ ଥିଲା ।

Get real time updates directly on you device, subscribe now.