fbpx

ଏମିତି ବି ଆସିପାରେ ମୃତ୍ୟୁ: ବୋଲେରୋ ବ୍ୟାକ କଲାବେଳେ ଚଢ଼ିଯାଇ ବ୍ୟକ୍ତିଙ୍କର ମୃତ୍ୟୁ

ସୁନ୍ଦରଗଡ଼: ଏପରି ମଧ୍ୟ ଆସିପାରେ ମୃତ୍ୟୁ । ଗାଡ଼ି ବ୍ୟାକ କଲାବେଳେ ଚଢ଼ିଯାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ତହସିଲ ଅନ୍ତର୍ଗତ ନୂଆଗାଁରେ । କେନାଲରେ ସଫା କରି ଡ୍ରାଇଭର ବୋଲେରୋ ବ୍ୟାକ କଲାବେଳେ ଏପରି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ନୂଆଗାଁ କେନାଲରେ ଗାଡ଼ିର ଡ୍ରାଇଭର ଗାଡ଼ି ସଫା କରି ବ୍ୟାକ କରୁଥିଲେ । ତେବେ ବ୍ୟାକ କରିବା ବେଳେ ଅଜଣାତରେ ଗାଡ଼ିଟି ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.