fbpx

ଧନତେରାସରେ ଦାନ କରନ୍ତୁ ଏହି ପାଞ୍ଚଟି ଜିନିଷ , ଜୀବନରୁ ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

ଧନତେରାସର ପର୍ବ ହେଉଛି ଆଜି ଅର୍ଥାତ ୧୦ ନଭେମ୍ବରରେ ପାଳନ ହେଉଛି । ଏହି ଖାସ୍ ଦିନରେ ମା’ଲକ୍ଷ୍ମୀ, ଆୟୁର୍ବେଦର ଜନକ ଧନ୍ୱନ୍ତରୀ ତଥା ଭଗବାନ କୁବେରଙ୍କୁ ପୂଜା କରାଯାଏ । ଧନତେରାସ ଦିନ ନୂଆ ଜିନିଷ କିଣିବାର ପରମ୍ପରା ରହିଛି । ଲୋକମାନେ ଏହି ଦିନ ସୁନା, ରୂପା ଏବଂ ବାସନ କିଣନ୍ତି, ଏହି ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଧନତେରାସ ଦିନ ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଆପଣ ଅନେକ ଜିନିଷ ଦାନ କରିପାରିବେ ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଥାଏ, ତେବେ ଧନତେରାସ ଦିନ ଦାନ କରିବା ଏକ ବଡ଼ ଦାନ ଭାବରେ ବିବେଚନା କରାଯାଏ । ତେଣୁ ଏହି ଦିନ କିଛି ଜିନିଷ ଅଛି ଯାହା ଦାନ କରି ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇପାରିବେ ।

ଗରିବ ଲୋକଙ୍କୁ ଚାଉଳ :-

ବିଶ୍ୱାସ କରାଯାଏ ଯେ ଧନତେରାସର ଶୁଭ ଦିନରେ ଗରିବ ଲୋକଙ୍କୁ ଚାଉଳ ଦାନ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ଼ ହୁଏ । ଯଦି ଆପଣ ମଧ୍ୟ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଅଭାବୀ ବ୍ୟକ୍ତିଙ୍କୁ ଚାଉଳ ଦାନ କରନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଶସ୍ୟର ଅଭାବ ମଧ୍ୟ ଦୂର ହୁଏ ।

ହଳଦିଆ କପଡା ଦାନ କରନ୍ତୁ :-

ଧନତେରାସ ଦିନ ହଳଦିଆ ପୋଷାକ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ହଳଦିଆ ପୋଷାକ ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ । ହଳଦିଆ ରଙ୍ଗର ପୋଷାକ ବୃହସ୍ପତି ଗ୍ରହ ସହିତ ଜଡିତ ।

ମିଠା :-

ଧନତେରାସ ଶୁଭ ଦିନରେ ମିଠା ଏବଂ ନଡ଼ିଆ ଦାନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ଆର୍ôଥକ ସମସ୍ୟା ଦୂର ହେବ । କିନ୍ତୁ ମନେରଖନ୍ତୁ ଯେ ଆପଣ ଏହି ଜିନିଷଗୁଡ଼ିକୁ କେବଳ ଜଣେ ଅଭାବୀ ବ୍ୟକ୍ତିଙ୍କୁ ଦାନ କରିବା ଉଚିତ୍ ।

ଲୁହା ଦାନ :-

ଲୁହା ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଯିବ ଏବଂ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

Get real time updates directly on you device, subscribe now.