fbpx

୧୯୮୩ ବିଶ୍ୱକପ ଦଳର ଏମିତି ଖେଳାଳି: ଖେଳିପାରିଲେନି ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ପାଳନ କରିବ ପ୍ରଥମ ବିଶ୍ୱକପ ବିଜୟର ୩୯ତମ ବର୍ଷ । ଏହା ଭାରତ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଯିବ । ଏହାକୁ ନେଇ ଅନେକ ଅକୁହା କଥା ଆପଣ ଶୁଣିଥିବେ । ବିଶ୍ୱକପ ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ନେଇ ଅନେକ କଥା ବିଭିନ୍ନ ମାଧ୍ୟରୁ ଜାଣିବାକୁ ମିଳିଛି । କିନ୍ତୁ ଏହି ଏମିତି ଜଣେ ଖେଳାଳିଙ୍କ ବିଷୟରେ କେହି ଶୁଣି ନଥିବେ ଯିଏ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ ଖେଳି ପାରି ନାହାନ୍ତି । ଆଶ୍ଚର୍ଯ୍ୟକର ଘଟଣା ହେଉଛି ସେ ମଧ୍ୟ ବିଶ୍ୱକପ ବିଜେତା ଦଳର ଜଣେ ସଦସ୍ୟ ଥିଲେ ।

୧୯୮୩ ବିଶ୍ୱକପ ପାଇଁ ୧୩ ଜଣିଆ ଟିମ ପଠାଇଥିଲା ଭାରତ । ଏହି ଦଳରେ ସାମିଲ ହୋଇଥିଲେ ବାମହାତୀ ଦ୍ରୁତ ବୋଲର ସୁନୀଲ ଭାଲସନ । କିନ୍ତୁ ଦଳର ଅଧିନାୟକ କପିଲ ଦେବ ତାଙ୍କୁ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦେଇ ନଥିଲେ । ୨୫ ବର୍ଷୀୟ ଏହି ବୋଲରଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ ହେବାର ସୁଯୋଗ ମିଳିନଥିଲା । କିନ୍ତୁ ବିଶ୍ୱକପ ସମୟରେ ସେ କେବେ ଚିନ୍ତା ବି କରି ନଥିବେ କି ଆଗକୁ ସେ କେବେ ଦଳରେ ଖେଳିବାର ସୁଯୋଗ ପାଇବେ ନାହିଁ ।

Members of India's world cup winning team of 1983 during lockdown

ଏହି ବିଶ୍ୱକପ ପରେ ତାଙ୍କୁ କେବେ ଭାରତୀୟ ଦଳ ପାଇଁ ଚୟନ କରାଯାଇ ନାହିଁ । ଫଳରେ କୌଣସି ମ୍ୟାଚ ଖେଳିବା ପୂର୍ବରୁ ହିଁ ତାଙ୍କ କ୍ରିକେଟ କ୍ୟାରିୟର ଶେଷ ହୋଇଯାଇଛି । ଜଣେ ଖେଳାଳି ପାଇଁ ଏହା ସବୁଠୁ ବଡ ଦୁର୍ଭାଗ୍ୟଜନକ ଘଟଣା । ଦଳରେ ସାମିଲ ହୋଇ ମଧ୍ୟ ଗୋଟିଏ ବି ମ୍ୟାଚ ନ ଖେଳିବା ଜଣେ ଖେଳାଳି ପାଇଁ ଦୁର୍ଭାଗ୍ୟର ବିଷୟ ।

Get real time updates directly on you device, subscribe now.