fbpx

ମୌଜପୁର ହିଂସାରେ କନଷ୍ଟେବଳଙ୍କ ମୃତ୍ୟୁ, ଡିସିପି ଗୁରୁତର

ନୂଆଦିଲ୍ଲୀ,୨୪ ।୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନଆରସି) ବିରୋଧରେ ଦିଲ୍ଲୀ ଗୋକୁଳପୁରୀର ମୌଜପୁରରେ ହିଂସା ସୃଷ୍ଟି ହୋଇଛି । ସମର୍ଥକ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ହିଂସାରେ ପରସ୍ପର ଉପରେ ଉଭୟ ଗୁଳିମାଡ ଓ ପଥରମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପ୍ରୟାସ କରୁଥିବା ପୋଲିସ କର୍ମୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଏହି ହିଂସାକାଣ୍ଡରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ପୋଲିସ କର୍ମୀ ଜଣକ ହେଉଛନ୍ତି କନଷ୍ଟେବଳ ରତନ ଲାଲ । ଏଥି ସହ ହିଂସାରେ ଡିସିପି ଅମିତ ଶର୍ମା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ହିଂସା ସମୟର ଦୁଶ୍ୟର ଭିଡିଓ କରୁଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆକ୍ରମଣରୁ ବର୍ତ୍ତିନାହାନ୍ତି ।

Get real time updates directly on you device, subscribe now.