fbpx

ସୃଷ୍ଟି ହେବ ୫ଶହ ଟ୍ରାଫିକ ପୋଲିସ ପଦବୀ

ଭୁବନେଶ୍ୱର, ୨୪ା୨:(ଓଡ଼ିଶା ଭାସ୍କର): ବିଭିନ୍ନ ଜିଲ୍ଲାରେ ୫ଶହ ଟ୍ରାଫିକ ପୋଲିସ ପଦବୀ ସୃଷ୍ଟି ହେବ ।  ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଞ୍ଜୁରି ଦେଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ସଚିବ ଡକ୍ଟର  ସନ୍ତୋଷ ବାଲା  । ଗୋଟିଏ ଡିଏସପି ଓ ୧୧୮ ଟି ସବଇନସ୍ପେକ୍ଟର ପଦବୀ ସୃଷ୍ଟି ହେବ । ସେହିପରି ୭୨ଟି ହାବିଲଦାର ଓ ୩୦୯ଟି କନେଷ୍ଟବଳ ପଦବୀ ମଧ୍ୟ ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି ।

 

Get real time updates directly on you device, subscribe now.