fbpx

ବସନ୍ତ ପଞ୍ଚମୀରେ ଦୁର୍ଲଭ ସଂଯୋଗ: ମେଷ ସହିତ ଏହିସବୁ ରାଶିକୁ ମିଳିବ ଶୁଭ ସଂକେତ

ଓଡ଼ିଶା ଭାସ୍କର: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳନ କରାଯାଏ । ଚଳିତବର୍ଷ ଏହା ଫେବୃଆରୀ ୧୪ ତାରିଖରେ ପାଳନ କରାଯିବ । ଧାର୍ମିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ଧରାବତରଣ କରିଥିଲେ । ତେଣୁ ଏହି ଶୁଭ ଦିନରେ ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହାଦ୍ୱାରା ବୁଦ୍ଧି, ବିବେକ ଏବଂ ଗୁଣ-ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଚଳିତବର୍ଷ ଅନେକ ଦୁର୍ଲଭ ସଂଯୋଗ ସହ ବସନ୍ତ ପଞ୍ଚମୀ ପାଳନ କରାଯିବ । ଜ୍ୟୋତିଷ ଗଣନା ମୁତାବକ ସରସ୍ୱତୀ ପୂଜା ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରେବତୀ ନକ୍ଷତ୍ର ଏବଂ ଅଶ୍ୱିନୀ ନକ୍ଷତ୍ର ସମେତ ଅନେକ ଦୁର୍ଲଭ ସଂଯୋଗ ରହିଛି । ଏହାର ପ୍ରଭାବରେ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିପାରେ ।

ମେଷ ରାଶି: ବସନ୍ତ ପଞ୍ଚମୀରେ ଶିକ୍ଷଣୀୟ କାର୍ଯ୍ୟରେ ଭଲ ଫଳ ପାଇପାରିବେ ମେଷ ରାଶିର ବ୍ୟକ୍ତିବିଶେଷ । ବ୍ୟବସାୟ କ୍ଷେତ୍ରରେ ସ୍ତିତି ସୁଦୃଢ ରହିବ ଏବଂ ଆୟ ପାଇଁ ଅନେକ ଉତ୍ସରୁ ଧନଲାଭ ହେବାର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ସେମାନଙ୍କ ପରିଶ୍ରମର ଉଚିତ ଫଳ ମିଳିପାରିବ । କ୍ୟାରିୟରରେ ଅପାର ସଫଳତା ପାଇବା ସହ କାର୍ଯ୍ୟରେ ସମସ୍ତ ବାଧା ଦୂର କରିପାରିବେ ମେଷ ରାଶିର ବ୍ୟକ୍ତିବିଶେଷ ।

ମିଥୁନ ରାଶି: କ୍ୟାରିୟରରେ ଚାହୁଁଥିବା ସଫଳତା ମିଳିପାରିବ । ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ଯୋଗ ରହିଛି । ପ୍ରଫେସନାଲ ଲାଇଫରେ ଥିବା ବିଭିନ୍ନ ସମସ୍ୟା ଦୂର ହୋଇପାରିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହୋଇପାରିବ ।

ବିଛା ରାଶି: ସମସ୍ତ କାର୍ଯ୍ୟର ସକରାତ୍ମକ ପରିଣାମ ମିଳିପାରିବ । ଆୟରେ ବୃଦ୍ଧି ହେବା ନେଇ ନୂଆ ଅବସରପ୍ରାପ୍ତ ହେବ । ଆଫିସରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇପାରେ । ଏହାସହିତ ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ହୋଇପାରିବ । ବୈବାହିକ ଜୀବନ ମଧ୍ୟ ଖୁସିରେ କାଟିପାରିବେ ଦମ୍ପତ୍ତି ।

ମୀନ ରାଶି: ମୀନ ରାଶିର ବ୍ୟକ୍ତିମାନଙ୍କ ଆଥିକ ସ୍ଥିତିରେ ସୁଧାର ଆସିପାରିବ । ଚାକିରୀ ତଥା ବ୍ୟବସାୟରେ ସଫଳତା ମିଳିପାରିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ ଏବଂ ବ୍ୟବସାୟିକ ସଫଳତା ମଧ୍ୟ ହାସଲ ହୋଇପାରିବ । ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢିବ ।

Get real time updates directly on you device, subscribe now.