fbpx

(Video) ଏକ ଅଦ୍ଭୂତ ମାଛ ବନ୍ୟା ଜଳରେ ଭାସି ଆସିଲା! ମାଛଟି ଦେଖିବାକୁ ଅବିକଳ ଶ୍ରୀଜଗନ୍ନାଥଙ୍କ ପରି, ଲାଗିଲା ଲୋକଙ୍କ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପାଖରେ ଈଶ୍ୱରଙ୍କ ସହ ଜଡ଼ିତ କିଛି ଫୁଲ, ଫଳ ଆଉ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ବିରଳ ମାଛକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ ଅଧିନସ୍ଥ କଚିଆ ଗ୍ରାମପଞ୍ଚାୟତର ପାଣୁଦାସ ଖୁଣ୍ଟା ଗ୍ରାମରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ୟା ଜଳରେ ଭାସିଆସିଛି ଏକ ବିରଳ ମାଛ । ସେହି ମାଛଟି ଦେଖିବାକୁ ଅବିକଳ କାଳିଆ ଠାକୁରଙ୍କ ପରି । ତେଣୁ ସେହି ମାଛକୁ ନେଇ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଖବର ମୁତାବକ,ନଦୀରେ ମାଛ ଧରୁଥିବା ସମୟରେ ଅଚାନକ ଜାଲରେ ପଡ଼ିଯାଇଥିଲା ଏହି ବିରଳ ମାଛ । ମହାପ୍ରଭୁ କାଳିଆ ଠାକୁରଙ୍କୁ ପରି ଦୃଶ୍ୟମାନ ହେଉଥିବା ଏହି ମାଛକୁ ଏବେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାଛଟିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଛି । ଏଭଳି ଅଦ୍ଭୂତ ମାଛ ହୁଏତ ଆଗରୁ କେହି ଦେଖିନଥିବେ । କାଳିଆ ଠାକୁରଙ୍କ ଚିତ୍ର ଥିବା ଏଭଳି ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଏବେ ପୁଣି ଥରେ ଏହି ଘଟଣା ମହାପ୍ରଭୁଙ୍କ ମହିମାକୁ ଉଜାଗର କରିଦେଇଛି । ବର୍ତ୍ତମାନ ସମୟରେ ଲଗାଣ ବର୍ଷା କାରଣରୁ ନଦୀରେ ବନ୍ୟା ଦେଖିବାକୁ ମିଳିଛି । ତେଣୁ ଜଣେ ବ୍ୟକ୍ତି ତାଙ୍କ ପୁଅଙ୍କ ସହିତ ନାଲୁହା ନଦୀକୁ ମାଛ ମାରିବାକୁ ଯାଇଥିବା ସମୟରେ ସେମାନଙ୍କ ଜାଲରେ ଏହି ମାଛଟି ପଡ଼ିଯାଇଥିଲା ।

Get real time updates directly on you device, subscribe now.