fbpx

ଆକାଶରେ ଉଡୁଛି ବିରାଟ ପଥର! ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । ଲୋକମାନେ ଏହାକୁ ଦେଖି ମଜା ନେଇଥାନ୍ତି, କିନ୍ତୁ ଏହା ପଛରେ ଥିବା ସତ୍ୟତାକୁ ଖୋଜି ବାହାର କରିବା ସମ୍ଭବ ହୋଇପାରି ନଥାଏ । ତେବେ ଅନେକ ଫଟୋ ଭ୍ରମ ସୃଷ୍ଟି କରିଥାଏ, ଯାହାର ସତ୍ୟତା ଖୁବ ଆଶ୍ଚର୍ଯ୍ୟଜନକ ହୋଇଥାଏ । ସେହିଭଳି ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆକାଶରେ ପଥର ଉଡୁଥିବାର ଏହି ଫଟୋ ଲୋକମାନଙ୍କୁ କିଛି ସମୟ ଭାବିବା ପାଇଁ ବାଧ୍ୟ କରିଛି । ତେବେ ଆସନ୍ତୁ ଜାଣିବା ଏହି ଫଟୋର ସତ୍ୟତା ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଥିରେ ପଥର ଆକାଶରେ ଉଡୁଥିବା ଭଳି ଦେଖିବାକୁ ମିଳିଛି । ଟ୍ୱିଟରରେ ଏହାର ଏକ ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତେବେ ଏହାକୁ ନେଇ ବର୍ତ୍ତମାନ ଲୋକେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି । ଫଟୋରେ ଦେଖାଯାଇଛି ଯେ, ତଳେ ମାଟିର ଏକ ସ୍ତର ରହିଛି, ଯେଉଁଥିରୁ ଜଣାଯାଉଛି ଯେ ଏହି ପଥର ଆକାଶରେ ଉଡିବାରେ ଲାଗିଛି । କିନ୍ତୁ ପ୍ରକୃତରେ ଘଟଣା ହେଉଛି ସମ୍ପୂର୍ଣ୍ଣ ଭିନ୍ନ ।

ଫଟୋ ସହିତ ଲେଖାଯାଇଛି ଯେ, ଅପ୍ଟିକାଲ ଇଲ୍ୟୁସନ କିପରି ଆପଣଙ୍କ ଆଖିକୁ ଧୋକା ଦେଇପାରେ, ଏହା ଏକ ଉଦାହରଣ । ପ୍ରଥମେ ଏହି ଫଟୋ ଦେଖିଲେ କେହି ବି ଭାବିବେ ପଥରଟି ଆକାଶରେ ଉଡୁଛି । କିନ୍ତୁ ପ୍ରକୃତରେ ଘଣା ହେଉଛି, ଗୋଟିଏ ପଥର ପାଣି ଭିତରେ ପଡିଛି । ଏହାର ଅଧାଅଂଶ ପାଣି ଭିତରେ ରହିଥିବାରୁ ବାହାରେ ଥିବା ପଥର ଅଂଶର ଏକ ପ୍ରତିବିମ୍ବ ପାଣିରେ ପ୍ରତିଫଳିତ ହେଉଛି । ତେଣୁ ପଥର ଏବଂ ଏହାର ପ୍ରତିବିମ୍ବ ମିଶି ଗୋଟିଏ ବଡ ପଥର ପରି ଦେଖାଯାଉଛି । ଯାହାକୁ ଦେଖି ଯେ କେହି ବି ଦ୍ୱନ୍ଦ୍ୱରେ ପଡିଯିବ ।

Get real time updates directly on you device, subscribe now.