fbpx

IPL-2023 ପୂର୍ବରୁ ନୂଆ ରୂପରେ ବିରାଟ: ଷ୍ଟାଇଲିସ ଲୁକ ସହ ଫେରୁଛନ୍ତି ପୂର୍ବ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଏକ ନୂଆ ଲୁକରେ ନଜର ଆସିଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବ ଅଧିନାୟକ ବିରାଟ କୋହଲି । ଆରସିବି କ୍ୟାମ୍ପରେ ଯୋଗ ଦେବା ପୂର୍ବରୁ ସେ ନୂଆ ଲୁକ ନେଇ ନିିଜର ପ୍ରଥମ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଇପିଏଲ ପାଇଁ ସେ ବଦଳାଇ ଦେଇଛନ୍ତି ନିଜର ହେୟାର ଷ୍ଟାଇଲ । ବର୍ତ୍ତମାନ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସେ ନିଜ ନୂଆ ଲୁକ ଫ୍ୟାନ୍ସମାନଙ୍କୁ ସେୟାର କରିଛନ୍ତି ।

ଦୀର୍ଘ ଦିନ ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଏବେ କ୍ରିକେଟେର ନିଜ ଦବଦବା ପୁଣିଥରେ ଫେରି ପାଇଛନ୍ତି କିଙ୍ଗ କୋହଲି । ଏସିଆ କପ୍-୨୦୨୨ ପରଠାରୁ ବିରାଟ ପୁଣିଥରେ ପୁରୁଣା ଫର୍ମ ଫେରି ପାଇଛନ୍ତି । ତେବେ ଏହି ଫର୍ମ ଆସନ୍ତା ଆଇପିଏଲରେ ଆରସିବି ପାଇଁ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କୋଟି କୋଟି ଫ୍ୟାନ୍ସ । ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ବିରାଟ ନୂଆ ଲୁକ ସହ ଫ୍ୟାନ୍ସମାନଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛନ୍ତି । ପ୍ରସିଦ୍ଧ ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ ଅଲିମ ହକୀମଙ୍କ ଦ୍ୱାରା ଏହି ହେୟାର କଟ୍ ପାଇଁ ବିରାଟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

View this post on Instagram

 

A post shared by Aalim Hakim (@aalimhakim)

ତେବେ ଚଳିତବର୍ଷ ଆରସିବି ଫାଫ ଡୁପ୍ଲେସିସଙ୍କ ନେତୃତ୍ୱରେ ଖେଳିବ । ତାଙ୍କ ବ୍ୟତୀତ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏହି ଦଳ ତରଫରୁ ଖେଳୁଥିବାର ନଜର ଆସିବେ । ଆଇପିଏଲ ଆରମ୍ଭରୁ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟର ଅଂଶ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଟ୍ରଫି ଜିତିବାରେ ସଫଳ ହୋଇପାରିନାହିଁ ।

Get real time updates directly on you device, subscribe now.