fbpx
BJD
BJD SKY
BJD SKY

ଜଳାଶୟ ଭିତରେ ଲୁଚି ରହିଛି ଭୟାନକ ‘ରାକ୍ଷସ’! ପୁରାଣରୁ ମିଳିଛି ଜୀବର ସନ୍ଧାନ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଚର୍ଚ୍ଚିତ ପୌରାଣିକ ରାକ୍ଷସକୁ ନେଇ ଏବେ ଖୁବ ଆଲୋଚନା ହେବାରେ ଲାଗିଛି । ଆଜି ବି ଅନେକ ଲୋକ ଏହାକୁ ଦେଖିବାକୁ ପାଉଥିବା ଦାବି କରୁଛନ୍ତି । ଜଳପରୀ ଭଳି ଦେଖାଯାଉଥିବା ଏହି ଜୀବ ସତରେ ମଧ୍ୟ ଦୁନିଆରେ ଦେଖାଯାଉଥିବା ଲୋକେ କହିଛନ୍ତି । ବର୍ତ୍ତମାନ ପୁଣି ଜଣେ ପର୍ଯ୍ୟଟକ ଏହି ଜୀବକୁ ଦେଖିଥିବା ନେଇ ଦାବି କରିଛନ୍ତି । ଜେରୋଡ ଷ୍ଟ୍ରଙ୍ଗ ନାମକ ଜଣେ ବ୍ୟକ୍ତି ଏହି ଜୀବକୁ ଦେଖିଥିବା ଦାବି କରୁଛନ୍ତି । ଏପରିକି ଏହି ଜୀବର ରଙ୍ଗ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି ଜେରୋଡ ।

ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଜେରୋଡ ଷ୍ଟ୍ରଙ୍ଗ ନିଜ ପରିବାର ସହ ସ୍କଟଲାଣ୍ଡ ବୁଲିବାକୁ ଆସିଥିବା ବେଳେ ଦୁନିଆର ସବୁଠୁ ଚର୍ଚ୍ଚିତ ରାକ୍ଷସକୁ ଦେଖିଥିବା ଦାବି କରିଛନ୍ତି । ଲୋଚ ନେସ ମନଷ୍ଟର ନାମକ ଏହି ରାକ୍ଷସ ବିଷୟରେ ପୁରାଣରେ ବର୍ଣ୍ଣନା ହୋଇଥିବା ବେଳେ ଏହାକୁ ସତରେ ଦେଖିଥିବା ପ୍ରକାଶ କରିଛନ୍ତି ଜେରୋଡ । ସେ କହିଛନ୍ତି ଯେ, “ଉର୍କହାର୍ଟ ନିକଟରେ ଯେତେବେଳେ ଆମେ ପାଣିରେ ଥିଲୁ, ପାଣିରେ ଏକ ହଲଚଲ ଦେଖିବାକୁ ମିଳିଥିଲା । ପାଣି ଧିରେ ଧିରେ ବଢିବାକୁ ଲାଗିଲା ଏବଂ ଶେଷରେ ଏକ ଲମ୍ବା ଆକୃତିର ଜୀବ ପାଣି ଭିତରୁ ବାହାରି ଆସିଥିଲା । ଏହା ଖୁବ ବିଶାଳ ଥିଲା, କିନ୍ତୁ ଖୁବ କମ୍ ସମୟ ବାହାରକୁ ଆସି ପୁଣିଥରେ ପାଣି ଭିତରକୁ ଚାଲି ଯାଇଥିଲା ।

ଏହାପରେ ସେ କହିଛନ୍ତି ଯେ, ” ମୁଁ କେବଳ ଗୋଟିଏ ଲମ୍ବା ଶରୀର ଦେଖିଛି । ପାଣି ଭିତରକୁ ଏହା ଆହୁରି କେତେ ଲମ୍ବା ଥିବ, ତାହା ମୋତେ ଜଣାନାହିଁ । କିନ୍ତୁ ଏହି ଦୃଶ୍ୟ ଖୁବ ଭୟଙ୍କର ଥିଲା ବୋଲି କହିଛନ୍ତି ଜେରୋଡ ଷ୍ଟ୍ରଙ୍ଗ । ତେବେ ଏହି ଜୀବର ପ୍ରକୃତ ରଙ୍ଗ ସବୁଜ ହୋଇଥିବା ବୋଲି ମୁଁ ଭାବୁଥିଲି, କିନ୍ତୁ ପ୍ରକୃତରେ ଏହାର ରଙ୍ଗ ହେଉଛି ଲାଲ୍ ।’

ଲୋଚ୍ ନେସ୍ ରାକ୍ଷସ ହେଉଛି ଏକ ଜଳ ବାସ କରୁଥିବା ରାକ୍ଷସ, ଯାହାର ଅସ୍ଥିତ୍ୱ କେବଳ କାହାଣୀରେ ହିଁ ପ୍ରମାଣିତ ହୋଇଛି । ଆଜି ପର୍ୟ୍ୟନ୍ତ କେବଳ ଏହାକୁ ଦେଖିବାର କାହାଣୀ ମିଳିଛି କିନ୍ତୁ ଏ ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଏହି ଜଳଦାନବକୁ ସ୍କଟଲ୍ୟାଣ୍ଡର ଲୋଚ୍ ନେସ୍ ଅଞ୍ଚଳରେ ଦେଖାଯାଉଥିବା କୁହାଯାଏ। ୧୯୩୪ ମସିହାରେ ଏହି ଲୋଚ ନେସ ମନଷ୍ଟରର ଏକମାତ୍ର ଫଟୋ ନିଆଯାଇଥିଲା । ଏହା ଉପରେ ଅନେକ ଗବେଷଣା କରାଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଏହା ପ୍ରକୃତ ସତ ବୋଲି ସ୍ପଷ୍ଟ ହୋଇନାହିଁ ।

 

 

Get real time updates directly on you device, subscribe now.