fbpx

ଉଦ୍ଧାର ହେଲା ଅଦ୍ଭୁତ ଜୀବ: ଏଲିୟନ ବୋଲି ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆର ସିଡନୀରେ ଦେକିବାକୁ ମିଳିଛି ଏକ ଅଦ୍ଭୁତ ପ୍ରକାରର ଜୀବ । ଯାହା ଏବେ ବାୟୋଲୋଜିଷ୍ଟଙ୍କ ସହିତ ଏକାଡେମିକ ଏବଂ ସୋଶଲ ମିଡିଆ ୟୁଜର୍ସମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଜୀବକୁ ଅନେକ ଲୋକ ଏଲିୟନ ବୋଲି ଦାବି କରୁଛନ୍ତି । ଯାହାର ଭିଡିଓ ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by @_harryhayes

ସୂଚନା ଅନୁସାରେ ଜଣେ ଯୁବକ ଜଗିଙ୍ଗ କରିବା ସମୟରେ ହଠାତ ଏହି ଜୀବ ଉପରେ ପଡିଥିଲା ତାଙ୍କ ନଜର । କିଛି ସମୟ ପାଇଁ ନିଜେ ମଧ୍ୟ ଚକିତ ହୋଇ ଯାଇଥିଲେ ଏହି ଯୁବକ । ଏହା ଏକ ଶାବକ ବୋଲି କୁହାଯାଉଥିବା ବେଳେ ଏହି ପ୍ରାଣୀଟିକୁ ଏଲିୟନ ବୋଲି କହିଛନ୍ତି ସ୍ତାନୀୟ ଦେଖଣାହାରୀ । ତେବେ ଏହାର ଭିଡିଓ ସୋଶଲ ମିଡିଆରେ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଜଣେ ୟୁଜର୍ସ ଏହାକୁ ମାଛର ଶିଶୁ ଶାବକ ବୋଲି ଅନୁମାନ କରିଛନ୍ତି । ସେପଟେ ଏହି ଅଦ୍ଭୁତ ପ୍ରାଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ଜୀବ ବିଜ୍ଞାନୀ । ତେଣୁ ଇନଷ୍ଟାଗ୍ରାମରେ ଏହି ଜୀବର ଫଟୋ ପୋଷ୍ଟ କରି ପରିଚୟ ଖୋଜୁଛନ୍ତି ବାୟୋଲୋଜିଷ୍ଟ ଏଲି ଏଲିସା । ଏମିତି କି ସିଡନୀ ୟୁନିଭର୍ସିଟି ଏବଂ ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟିରେ ମଧ୍ୟ ଏହି ପ୍ରାଣୀର କୌଣସି ତଥ୍ୟ ନଥିବା ଜଣାପଡିଛି ।

Get real time updates directly on you device, subscribe now.