fbpx

ଅପରେସନ ‘ଗଙ୍ଗା’ ରେ ସାମିଲ ହେଲା ଏନଡିଆରଏଫ: ୟୁକ୍ରେନକୁ ପଠାଇଲା ରିଲିଫ୍ (Video)

ନୂଆଦିଲ୍ଲୀ: ୟୁକ୍ରେନର ଜନସାଧାରଣଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଇଲା ଏନଡିଆରଏଫ୍ । ଏନଡିଆଏଫ ପକ୍ଷରୁ କମ୍ବଳ, ଚଦର ଓ ପଢ଼ିବା ପାଇଁ ସୋଲାର ଲ୍ୟାମ୍ପ ପଠାଯାଇଛି । ପୋଲାଣ୍ଡ ଓ ରୋମାନିଆକୁ ଯାଇଥିବା ଆଇଏଏଫ ବିମାନରେ ପଠାଯାଇଛି ସାମଗ୍ରୀ ।

ସୂଚନାଯୋଗ୍ୟ, ୟୁକ୍ରେନ-ଋଷ ମଧ୍ୟରେ ଲାଗିରହିଛି ଯୁଦ୍ଧ ବିଭୀଷିକା । ସପ୍ତମ ଦିନରେ ପହଞ୍ଚିଛି ଯୁଦ୍ଧ । ଲଗାତାର ଭାବରେ ଋଷ ୟୁକ୍ରେନ ଉପରେ କରିଚାଲିଛି ଆକ୍ରମଣ । କିଭ, ଖାରକିଭ ଉପରେ କବ୍ଚା କରିବାକୁ ପ୍ରୟାସ କରୁଛି ଋଷ ।

ସେପଟେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି । ଗତ ତିନି ଦିନରେ ପ୍ରାୟ ୧୨ ହଜାରରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.