fbpx

ଦମ୍ପତ୍ତି ଜୀବନରେ ପଶିଲା କଳହ: ପତ୍ନୀଙ୍କ ଏହି ସବୁ କାମରୁ ସ୍ୱାମୀଙ୍କ ମନରେ ଆରମ୍ଭ ହେଲା ସନ୍ଦେହ, କ’ଣ ଏହି କାରଣ?

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ସୂତାଖିଅ ପରି ହୋଇଥାଏ । ଯାହା ସାମାନ୍ୟ ଟିକିଏ ଆଘାତରେ ଭାଙ୍ଗି ଯାଇପାରେ । ଏମିତି ଅନେକ ଦମ୍ପତ୍ତି ଅଛନ୍ତି ଯେଉଁମାନେ ପରସ୍ପରଙ୍କୁ ବିଶ୍ୱାସ କରିବା ବଦଳରେ ସନ୍ଦେହ କରିବା ଆରମ୍ଭ କରି ଦେଇଥାନ୍ତି । ଫଳରେ ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ । ସନ୍ଦେହ ଏମିତି ଏକ ଅଭ୍ୟାସ ଯାହା ଥରେ ମନ ଭିତରକୁ ଆସିଲେ ତାହାକୁ ଦୂର କରିବା ଖୁବ କଷ୍ଟକର । ଧିରେ ଧିରେ ସେହି ପଙ୍କରେ ନିଜେ ପଶି ପାର୍ଟନରଙ୍କୁ ଟାଣି ନେବା ସହିତ ମଧୁର ସମ୍ପର୍କକୁ ମଧ୍ୟ ଟାଣି ନିଅନ୍ତି । କିନ୍ତୁ ସନ୍ଦେହ କେବେ ଶେଷ ହୁଏନି ।

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପତ୍ନୀଙ୍କ ସୁନ୍ଦରତାକୁ ନେଇ ସର୍ବଦା ଭୟଭୀତ ରହିଥାନ୍ତି । ତାଙ୍କୁ ସବୁବେଳେ ଏହି ଡର ରହିଥାଏ କି ତାଙ୍କ ପାର୍ଟନର ତାଙ୍କୁ ଛାଡି କେବେ ନା କେବେ ଚାଲିଯିବେ । ଏମାନଙ୍କ ମନ ଭିତରର ଏହି ଡର ଏତେ ବଢିଯାଇଥାଏ ଯେ ଦିନେ ଏହାର ପ୍ରଭାବ ସେମାନଙ୍କ ସମ୍ପର୍କ ଉପରେ ମଧ୍ୟ ପଡିଥାଏ ।

ଠିକ ସେହିପରି ଏକ ଘଟଣା ସାମନାକୁ ଏବେ ଆସିଛି । ସଜେଇ ହୋଇ ବାହାରକୁ ଯିବା କିମ୍ବା କିଛି ସୁନ୍ଦର ପୋଷାକ ପିନ୍ଧି ବାହାରକୁ ଯିବା ଭଳି କାର୍ଯ୍ୟକୁ ନେଇ ପତ୍ନୀଙ୍କ ଉପରେ ସନ୍ଦେହ କରିଛନ୍ତି ସ୍ୱାମୀ । ସେ ଭାବନ୍ତି ଯେ ତାଙ୍କ ପତ୍ନୀ କୌଣସି ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହିଛନ୍ତି, ଏବଂ ଦିନେ ତାଙ୍କୁ ସେ ଛାଡି ଚାଲିଯିବେ । ଉଭୟ ସାଥୀ ହୋଇ ବହୁତ କମ ବାହାରକୁ ଯାଆନ୍ତି । କିନ୍ତୁ ଶେଷ ଥର ପାଇଁ ଯେବେ ସେମାନେ ବାହାରକୁ ଯାଇଥିଲେ ତଙ୍କ ପତ୍ନୀ ଜିନ୍ସ ସହିତ ଜମ୍ପର ପିନ୍ଧିଥିଲେ ଏବଂ ଖୁବ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ତାଙ୍କର ଏହି ସୁନ୍ଦରତା ପାଇଁ ସ୍ୱାମୀ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଛନ୍ତି । ବାହାରକୁ ଯିବା ସମୟରେ ସେ ଖୁବ ସଜେଇ ହୋଇ ଯାଆନ୍ତି ଏବଂ କେବେ ପିଲାମାନଙ୍କୁ ମଧ୍ୟ ସାଥିରେ ନେଇ ନଥାନ୍ତି ତାଙ୍କ ସ୍ତ୍ରୀ । ତେଣୁ ସେ ଅନ୍ୟ କେଉଁ ପୁରୁଷଙ୍କ ସହ ସମ୍ପର୍କରେ ଥିବା ନେଇ ସ୍ୱାମୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.