fbpx

ଋଷ-ୟୁକ୍ରେନ ଯୁଦ୍ଧ: ଜୀବନ ବଞ୍ଚାଇବାକୁ ହାତରେ ତିରଙ୍ଗା ଧରିଲେ ପାକିସ୍ତାନୀ ଏବଂ  ତୁର୍କୀ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତ ସହ ଅନେକ ଦେଶର ନାଗରିକମାନେ ସେଠାରେ ଫସିରହିଛନ୍ତି । ଭାରତ ସରକାର ନିଜର ନାଗରିକଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତେବେ ଏହି ପ୍ରୟାସ ଯୋଗୁଁ କେବଳ ଭାରତୀୟ ନୁହେଁ ବରଂ ପାକିସ୍ତାନ ଏବଂ ତୁର୍କୀ ନାଗରିକମାନେ ମଧ୍ୟ ସାହାଯ୍ୟ ପାଉଛନ୍ତି ।

ଭାରତୀୟ ନାଗରିକ ତିରଙ୍ଗା ପତାକା ହାତରେ ଧରି ୟୁକ୍ରେନ ସୀମାରେ ସୁରକ୍ଷିତ ଭାବରେ ପହଞ୍ଚୁଛନ୍ତି । ଏହାରି ମଧ୍ୟରେ ଏହି ସମୟରେ ପାକିସ୍ତାନୀ ଏବଂ ତୁର୍କୀର ଛାତ୍ରମାନେ ମଧ୍ୟ ହାତରେ ତିରଙ୍ଗା ଧରି ସୁରକ୍ଷିତ ଭାବରେ ୟୁକ୍ରେନରୁ ବାହାରକୁ ଯାଉଛନ୍ତି ।

ୟୁକ୍ରେନରୁ ରୋମାନିଆ ପହଞ୍ଚିଥିବା ଜଣେ ଭାରତୀୟ ଛାତ୍ର କହିଛନ୍ତି ଯେ ଭାରତୀୟ ପତାକା ଯୋଗୁଁ ମିଳୁଥିବା ସାହାଯ୍ୟ ଫଳରେ ଆମେ ତିରଙ୍ଗା ଧରି ସୀମା ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲୁ ଏବଂ ଆମକୁ କୌଣସି ଅସୁବିଧା ହୋଇନଥିଲା । ସେ ଆହୁରି କହିଥିଲେ ଯେ ଆମେ କପଡ଼ା ଏବଂ କଲର ସ୍ପ୍ରେ ମାଧ୍ୟମରେ ତିରଙ୍ଗା ପତାକା ତିଆରି କରିଥିଲୁ ।

ସେ କହିଛନ୍ତି ଯେ ଯୁଦ୍ଧ ମାହୋଲରୁ ବାହାରିବା ପାଇଁ ପାକିସ୍ତାନ ଏବଂ ତୁର୍କୀର ଛାତ୍ରମାନେ ମଧ୍ୟ ତିରଙ୍ଗା ବ୍ୟବହାର କରିଥିଲେ । ଏମିତିକି ଭାରତୀୟ ପତାକା ଦଖାଇବାରୁ ସେମାନଙ୍କୁ ସୀମା ପାର ମଧ୍ୟ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ରହିଛି । ଏଥିପାଇଁ କେନ୍ଦ୍ର ସରକାର ୪ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ପୁରୀ, କିରେନ ରିଜିଜୁ ଏବଂ ବି.କେ ସିଂହଙ୍କୁ ସେଠାକୁ ପଠାଇଛନ୍ତି । ଏହି ସବୁ ମନ୍ତ୍ରୀ ୟୁକ୍ରେନ ସୀମାବର୍ତ୍ତୀ ଦେଶରେ ଉପସ୍ଥିତ ଅଛନ୍ତି ଏବଂ ସେଠାରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ହୋଇଥିବା ଅଭିଯାନର ନେତୃତ୍ୱ ନେଉଛନ୍ତି ।

Get real time updates directly on you device, subscribe now.