fbpx

ଖେଳାଳିଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି କଲା BCCI: ପୂଜାରା ରାହାଣେଙ୍କ ସମେତ ଦଳର ଷ୍ଟାର ଅଲରାଉଣ୍ଡରଙ୍କୁ ଝଟକା

ନୂଆଦିଲ୍ଲୀ: ଭାରତୀୟ କ୍ରକେଟ ବୋର୍ଡ ତରଫରୁ ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି ହୋଇଛି । ଏହି ତାଲିକାରେ A+ ରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଉପ ଅଧିନାୟକ ଜଶପ୍ରୀତ ବୁମରାହ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି । ଅନ୍ୟ ପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିବା ପରେ ଅଭିଜ୍ଞ ଖେଳାଳି ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କୁ ଲାଗିଛି ବଡ ଝଟକା । ସଦ୍ୟ ପ୍ରକାଶିତ ଏହି ତାଲିକାରେ ଉଭୟ ଖେଳାଳିଙ୍କୁ B ଗ୍ରେଡରେ ରଖାଯାଇଛି ।

BCCI Central Contracts: Virat Kohli, Rohit Sharma, Jasprit Bumrah remain in  top tier | Sports News,The Indian Express

Pujara-Rahane, Test Squad: पुजारा-रहाणे को श्रीलंका सीरीज में मिलेगा मौका?  जानें इस दिग्गज का जवाब - harbhajan singh statement on pujara and rahane  regarding poor outings in test series tspo ...

ସେହିପରି ଆହତ ସମସ୍ୟା ସହ ଲଢୁଥିବା ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ସବୁଠୁ ବଡ ଝଟକା । A ଗ୍ରେଡରେ ସ୍ଥାନ ପାଇଥିବା ହାର୍ଦ୍ଦିକ ଏବେ ସିଧା C ଗ୍ରେଡକୁ ଖସି ଆସିଛନ୍ତି । ହାର୍ଦ୍ଦିକଙ୍କ ବ୍ୟତୀତ ଦଳର ଅନୁଭବୀ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହଙ୍କୁ ମଧ୍ୟ ବଡ କ୍ଷତି ହୋଇଛି । ଗ୍ରେଡ B ରେ ରହିଥିବା ଶାହ ଏବଂ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏବେ ଗ୍ରେଡ C କୁ ଡିମୋସନ କରିଛି ବିସିସିଆଇ । ତେବେ ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ପ୍ରଦାନ କରାଯିବ ।

ଅନ୍ୟ ପକ୍ଷରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିଖର ଧୱନଙ୍କ ସମେତ ଉମେଶ ଯାଦବ, ଦୀପକ ଚହର, ଶୁଭମନ ଗିଲ, ହନୁମା ବିହାରୀ, ଚହଲ ଏବଂ ମୟଙ୍କ ଅଗ୍ରୱାଲ ସ୍ଥାନ ପାଇଛନ୍ତି । ସେହିଭଳି ଗ୍ରେଡ B ରେ ପୂଜାରା, ରାହାଣେଙ୍କ ବ୍ୟତୀତ ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଅୟର, ଅକ୍ସର ପଟେଲ, ମହମ୍ମଦ ସିରାଜ ଏବଂ ଇଶାନ୍ତ ଶର୍ମା ରହିଛନ୍ତି । A ଗ୍ରେଡରେ ସ୍ଥାନ ପାଇଛନ୍ତି ଅଶ୍ୱୀନ, ଜାଡେଜା, ରାହୁଲ, ଶାମୀ ଏବଂ ଋଷଭ ପନ୍ତ । ତେବେ କୁଳଦୀପ ଯାଦବଙ୍କ ପାଇଁ ବିସିସିଆଇ ତରଫରୁ କୌଣସି ବାର୍ଷିକ କଣ୍ଟ୍ରାକ୍ଟ ମିଳି ପାରି ନାହିଁ ।

Indian Test Squad Likely To Face 2-Week Quarantine In Australia: Report |  Cricket News

ଅଲ ଇଣ୍ଡିଆ ସିଲେକ୍ସନ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ସିନିୟର ଖେଳାଳିମାନଙ୍କ ମଧ୍ୟରୁ ବିସିସିଆଇ ଅପେକ୍ସ କାଉନ୍ସିଲ ସେମାନଙ୍କ ରିଟେନ୍ସନ ତାଲିକା ପ୍ରକାଶ କରିଛି । ଚାରି ବର୍ଗରେ ଭାଗ ହୋଇଛି ବିସିସିଆଇର ଏହି ତାଲିକା A+, A, B ଏବଂ C । ତେବେ  A+ ଗ୍ରେଡରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦିଆଯିବ, ସେହିପରି A ଗ୍ରେଡରେ ୫କୋଟି, B ଗ୍ରେଡରେ ୩ କୋଟି ଏବଂ C ଗ୍ରେଡର ଖେଳାଳିମାନଙ୍କୁ ଏକ କୋଟି ଟଙ୍କା ପ୍ରଦାନ କରାଯିବ ।

Get real time updates directly on you device, subscribe now.