fbpx

ଉଦ୍ଧାର ହେଲା ଟାଇମ ବମ: ବନ୍ଧୁକ ସହ ଅଭିଯୁକ୍ତକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସର ତଦନ୍ତ ଜାରି

ନୟାଗଡ: ନୟାଗଡରେ ଜବତ ହୋଇଛି ଅଫୁଟା ବୋମା । ବୋମା ସହ ବନ୍ଧୁକ ରଖିଥିବା ଅଭିଯୁକ୍ତକୁ ଅଟକ ରଖିବାରେ ସଫଳ ହୋଇଛନ୍ତି ଗ୍ରାମବାସୀ । କିଛି ବଡ ଧରଣର ଅଘଟଣ ଘଟାଇବା ପୂର୍ବରୁ ଅଭିଯୁକ୍ତକୁ ଗ୍ରାମବାସୀ ଜବତ କରି ପୋଲିସକୁ ଖବର ଦେଇଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଦ୍ଧାର ବୋମାକୁ ନିଜ ଅକ୍ତିଆରକୁ ନେଇଛି ।

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଉଳସାହି ଗାଁରୁ ଉଦ୍ଧାର ହୋଇଛି ଅଫୁଟା ବୋମା । ତେବେ ଏହି ବୋମା ଏକ ଟାଇମ ବମ ବୋଲି ସନ୍ଦେହ କରାଯାଉଛି । ବୋମା ରଖିଥିବା ଅଭିଯୁକ୍ତ ଗଣେଶ ସାହୁକୁ ଅଟକ ରଖିଛନ୍ତି ବଉଳସାହିର ଗ୍ରାମବାସୀ । ବମ ସହିତ ଗଣେଶ ପାଖରୁ ବନ୍ଧୁକ ମଧ୍ୟ ଜବତ ହୋଇଛି । ତେବେ ଏହା ପଛରେ ଏକ ବଡ ଲକ୍ଷ୍ୟ ତିବା ଆଶଙ୍କା କରାଯାଉଛି । କିନ୍ତୁ ଏହା ଘଟିବା ପୂର୍ବରୁ ଅଭିଯୁକ୍ତକୁ ଗିରଫ କରି ପୋଲିସକୁ ଖବର ଦେଇଛନ୍ତି ଗ୍ରାମବାସୀ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ତଳରେ ପହଞ୍ଚି ବୋମା ଏବଂ ବନ୍ଧୁକ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.