fbpx

PMC ବ୍ୟାଙ୍କ ସ୍କାମ୍: କିରୀଟ ସୋମେୟାଙ୍କ ପୁଅଙ୍କ ମିଳିଲାନି ଜାମିନ୍, ସଞ୍ଚୟ ରାଉତ କହିଲେ ପିତା-ପୁତ୍ର ଯିବେ ଜେଲ୍

ପିଏମସି ବ୍ୟାଙ୍କ ସ୍କାମ ମାମଲାରେ ଫସିଲେ ବିଜେପି ନେତା । ମହାରାଷ୍ଟ୍ରର ବିଜେପି ନେତା କିରୀଟ ସୋମେୟା ଏବଂ ତାଙ୍କ ପୁଅ ନୀଲ ସୋମେୟା ଏହି ଦୁର୍ନୀତି ମାମଲାରେ ଫସିଛନ୍ତି । ଆଉ ମାମଲାରେ ଆଗୁଆ ବେଲ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ସେପଟେ ଏହି ମାମଲାକୁ ନେଇ ଶିବସେନା ସାଂସଦ ସଞ୍ଚୟ ରାଉତ ବିଜେପି ନେତା କିରୀଟ ସୋମୌୟାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଖୁବଶୀଘ୍ର ବାପ-ପୁଅ ଜେଲ ଯିବେ । ସେ କହିଛନ୍ତି କିରୀଟ କେନ୍ଦ୍ରୀୟ ଏଜେନ୍ସୀର ଭୁଲ ଭାବରେ ବ୍ୟବହାର କରିଛନ୍ତି ଆଉ ଏଥିପାଇଁ ଏବେ ତାହା ଭୋଗିବାକୁ ପଡ଼ିବ । ସେ ପ୍ରଶ୍ନ କରିଛନ୍ତି ଯଦି କେହି ଭୁଲ କରିନାହିଁନ୍ତି ତେବେ ପିତା-ପୁତ୍ରଙ୍କ ଯୋଡ଼ି( କିରୀଟ ସୋମୌୟା- ନୀଲ) ଆଗୁଆ ଜାମିନ ପାଇଁ କାହିଁକି ଅଦାଲତ ଯାଉଛନ୍ତି? ସେ କହିଛନ୍ତି ଏହି ବାପ-ପୁଅ ଯୋଡ଼ି ଏବଂ କେନ୍ଦ୍ରୀୟ ଏଜେନ୍ସୀର ଦୁରୂପଯୋଗ କରିଥିବା କିଛି ଲୋକ ଜେଲ ଯିବେ ।

ନିକଟରେ ସାଂସଦ ସଞ୍ଚୟ ରାଉତଙ୍କ ଦ୍ୱାରା ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ ବ୍ୟାଙ୍କରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ନୀଲ ଏବଂ ତାଙ୍କ ବାପା କିରୀଟ ସୋମାୟାଙ୍କ ସଂପୃକ୍ତି ଦର୍ଶାଇ ଗିରଫ ପାଇଁ ଦାବି କରିଥିଲେ । ଯାହାକୁ ନେଇ ନୀଲ ସୋମୌୟା ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଏକ ସେଶନ କୋର୍ଟ ବିଜେପି ନେତା କିରୀଟ ସୋମାୟାଙ୍କ ପୁଅ ନୀଲ ସୋମାୟାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।ମୁମ୍ବାଇ ପୋଲିସର ଆର୍ଥିକ ଅପରାଧ ଶାଖା ଦ୍ୱାରା ଗିରଫ ଭୟରେ ନୀଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଧାରା ୪୩୮ ଅନୁଯାୟୀ ଏକ ଜାମିନ ଆବେଦନ କରିଥିଲେ। ଶିବସେନାର ସଞ୍ଜୟ ରାଉତ ନୀଲ ସୋମାୟାଙ୍କ ପିଏମସି ବ୍ୟାଙ୍କ ସ୍କାମରେ ଅଭିଯୁକ୍ତ ରାକେଶ ୱାଡୱାନଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କିରୀଟ ସୋମାୟା କହିଛନ୍ତି ଯେ ସେ କୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି।

Get real time updates directly on you device, subscribe now.