fbpx

ପୁଣି ପୁତିନ-ମୋଦି ଆଲୋଚନା: ଯୁଦ୍ଧ ଭିତରେ ଦ୍ୱିତୀୟ ଥର କଥା ହେଲେ ଦୁଇ ରାଷ୍ଟ୍ରମୁଖ୍ୟ, କାହା ଉପରେ ଥିଲା ଗୁରୁତ୍ୱ?

ନୂଆଦିଲ୍ଲୀ: ୟୁକ୍ରେନ ଋଷ ଯୁଦ୍ଧ ଭିତରେ ଦ୍ୱିତୀୟ ଥର ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନରେ ପସି ରହିଥିବା ଭାରତୀୟ ଚାତ୍ରଛାତ୍ରୀମାନଭ୍କ ସୁରକ୍ଷାକୁ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସୁରକ୍ଷିତ ଭାବରେ ସମସ୍ତ ଛାତ୍ରଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ମୋଦି-ପୁତିନଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Russia-Ukraine crisis: In phone call with Putin, PM Modi appeals for  immediate cessation of violence - WORLD - EUROPE | Kerala Kaumudi Online

ଋଷର ଲଗାତାର ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ୟୁକ୍ରେନରୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି । ପୂର୍ବରୁ ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ପୁତିନଙ୍କ ସହ ମୋଦି ଫୋନ ଯୋଗେ ଆଲୋଚନା କରିଥିଲେ । ଭାରତୀୟଙ୍କୁ ୟୁକ୍ରେନରୁ ସୁରକ୍ଷିତ ଫେରାଇ ଆରିବା ପାଇଁ ୫ ଥର ଅଲୋଚନା ହୋଇ ସାରିଛି । ଏବେ ପୁଣି ଥରେ ପୁତିନଙ୍କ ସହ ଫୋନ ଯୋଗେ କଥା ହେବା ପରେ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ବ୍ୟତୀତ ୟୁକ୍ରେନ ଆକ୍ରମର ଘଟରାକୁ ନେଇ କୁଟନୈତିକ ମାଧ୍ୟମରେ ସମାଧାନ କରିବା ପାଇଁ ପୁତିନଙ୍କୁ ମୋଦି ପ୍ରସ୍ତାବ ଦେଇଛନ୍ତି ।

Get real time updates directly on you device, subscribe now.