fbpx

(Video) ୪ଜଣ ଯୁବତୀଙ୍କ ଉପରେ ମାଡିଗଲା ଖୀପ୍ରବେଗରେ ଆସୁଥିବା କାର, ଭିଡ଼ିଓ ଦେଖିବା ପରେ ଟାଙ୍କୁରୀ ଉଠିବ ଲୋମ

ରାୟଚୁର: କର୍ଣ୍ଣାଟକର ରାୟଚୁରରେ ଏକ ଭୟାନକ ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଏକ ଖୀପ୍ର ବେଗରେ ଆସୁଥିବା କାର୍ ୩ଜଣ ଯୁବତୀଙ୍କୁ ପିଟିଦେବା ଫଳରେ ସେମାନେ ୧୫ ଫୁଟ ଦୂରରେ ଛିଟିକି ପଡିଛନ୍ତି । ଏହି ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ବାଇକ୍ ଚାଳକ କାର ସହ ପିଟିହେଲେ । ଏଥିରେ ବାଇକ୍ ଯାତ୍ରୀଙ୍କ ଗୋଡ଼ ଫ୍ୟାକ୍ଚର ହୋଇଯାଇଥିବା କଥା କୁହାଯାଉଛି ।

ସୂଚନା ଅନୁଯାୟୀ, ୟୁ-ଟର୍ଣ୍ଣ ନେବା ସମୟରେ ବାଇକ୍ ଚାଳକ କାର ସହ ପିଟି ହୋଇଛି । କାର ଚାଳକ ସେହି ସମୟରେ ୪ ଛାତ୍ରୀଙ୍କୁ ଝଟକା ଦେଇଛି । ଯେଉଁଥିରେ ଦୁଇ ଛାତ୍ରୀ ବହୁ ଦୂରରେ ପଡିଯାଇ ଆହତ ହୋଇଛନ୍ତି । ଆନ୍ୟ ଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି ।

ଏହି ଘଟଣାର ଭିଡିଓ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଧଳା ରଙ୍ଗର ଏକ କାର ଖୀପ୍ରବେଗରେ ୟୁ-ଟର୍ଣ୍ଣ ମାରି ଆସିବା ବେଳେ ବାଇକ୍ ସହ ଧକ୍କା ହୋଇଛି । ବାଇକ୍ ଜୋରରେ ଛିଟିକି ପଡିଛି । ଏତିକିରେ କାହାଣୀ ଶେଷ ହୋଇନି । ଏହାପରେ କାରଟି ଅନିୟନ୍ତ୍ରିତ ହୋଇଯାଇ ରାସ୍ତା କଡ଼ରେ ଚାଲୁଥିବା ଛାତ୍ରୀମାନଙ୍କୁ ପିଟିଦେଇଛି । ଯେଉଁଥିରେ ୪ଜଣ ଛାତ୍ରୀ ପିଟିହୋଇ ଦୂରରେ ପଡିଛନ୍ତି । ସୌଭାଗ୍ୟ ବସତଃ ଏପରି ଭୟାନକ ଦୁର୍ଘଟଣାରେ କାହାରି ମଧ୍ୟ ମୃତ୍ୟୁ ହୋଇନି । ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

Get real time updates directly on you device, subscribe now.