fbpx

ରାକ୍ଷସୀ ପାଲଟିଲା ସାବତ ମାଆ! ପୁଅକୁ ଜୀବନରୁ ମାରିଦେଲା ପିଟିପିଟି

Advertisement

ଦଶପଲ୍ଲା: ସାବତ ମାଆ ୩୫ ବର୍ଷୀୟ ଦିବ୍ୟାଙ୍ଗ ପୁତ୍ରକୁ ପିଟିପିଟି ମାରିଦେଇଥିବା କଥା ସାମ୍ନାକୁ ଆସିଛି । ଏହି ହତ୍ୟା ପଛରେ ବାପାଙ୍କ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ରହିଛି ।

ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା ସିମିଳିସାହି ଗାଁରେ ଏପରି ଅମାନବୀୟ ଘଟଣା ଘଟିଛି । ରାତି ଅଧରେ ସାବତ ମାଆ ୩୫ ବର୍ଷୀୟ ଦିବ୍ୟାଙ୍ଗ ପୁଅକୁ ପିଟିପିଟି ଜୀବନରୁ ମାରିଦେଇଛି । ଏହି ପିଟାପିଟି ଘଟଣାରେ ନିଜ ବାପା ମଧ୍ୟ ସାମିଲ ରହିଥିବା ଅଭିଯୋଗ ଆସିଛି ।

ଘଟଣାସ୍ଥଳରେ ପୁଅର ମୃତ୍ୟୁ ଖବର ପାଇ ପୁଅର ମାମୁଁ ଏବଂ ଗାଁ ଲୋକେ ମିଶି ଦଶପଲ୍ଲା ଥାନାରେ ଅଭିଯୋଗ ଅଣିଛନ୍ତି ଯେ, ତାଙ୍କ ସାବତ ମାଆ ପୁଅକୁ ପିଟିପିଟି ଜୀବନରୁ ମାରିଦେବା ସହ ବାପା ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.