fbpx

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରାଣ ହେବ ପଦମ୍‌ପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶୃତି

Advertisement

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଗସ୍ତରେ ଯାଇ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏହି ଗସ୍ତକାଳରେ ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚେକ୍‍ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‍ରେ ଅବତରଣ କରି ଝାରବନ୍ଧ ଅଭିମୁଖେ ଯାତ୍ରାକରିବେ। ସେଠାରେ ନିର୍ମିତ କିଛି ପ୍ରକଳ୍ପର ଲୋକାର୍ପଣ ଏବଂ ଅନ୍ୟ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏହାପରେ ମୁଖ୍ୟମନ୍ତ୍ରୀ ପାଇକମାଳ ଅଭିମୁଖେ ଗସ୍ତ କରି ଏକ ଜନସଭାକୁ ସମ୍ବୋଧିତ କରିବେ। ସେଠାରେ କାର୍ଯ୍ୟକ୍ରମ ଶେଷ ହେଲାପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ସ୍ୱୟଂସହାୟକ ଗ୍ରୁପ୍‍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବ। ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସଭାକାର୍ଯ୍ୟ ଶେଷ ହେବାପରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ପୁନର୍ବାର ସତୀଭଟା ଏୟାରଷ୍ଟ୍ରିପ୍‍ ଅଭିମୁଖେ ଗସ୍ତ କରି ସେଠାରୁ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

 

Get real time updates directly on you device, subscribe now.