(video) ସାପ ପରି ମୁହଁ, ଝିଟିପିଟି ପରି ଶରୀର, ଛୋଟ ଲାଞ୍ଜ ଏବଂ ନୀଳ ଜିଭ, ଲୋକଙ୍କ ନିଦ ହଜେଇ ଦେଇଛି ଏ ଅଜବ ପ୍ରାଣୀ
ଲୋକଙ୍କ ନିଦ ହଜେଇ ଦେଇଛି ଏହି ଅଜବ ପ୍ରାଣୀ।
ଓଡିଶାଭାସ୍କର: ସାରା ବିଶ୍ୱରେ ବିଭିନ୍ନ ଜଙ୍ଗଲରେ ବିଭିନ୍ନ ପ୍ରଜାତୀର ପ୍ରାଣୀ ଅଛନ୍ତି। ଯାହା ମଧ୍ୟରୁ ଅନେକ ବିଷୟରେ ଆମେ ଜାଣିନାହାଁନ୍ତି। ଏପରିକି ଅନେକ ପ୍ରାଣୀ ଅଛନ୍ତି ଯାହାକୁ ଦେଖିବା ପରେ ଅଜବ ମନେ ହୁଏ।
ଏବେ ଠିକ୍ ସେହିପରି ସୋସିଆଲ ମିଡିଆରେ ଅଜବ ଦେଖାଯାଉଥିବା ଏକ ପ୍ରାଣୀର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯାହାର ସାପ ପରି ମୁହଁ, ଛୋଟ ଲାଞ୍ଜ ସାଙ୍ଗକୁ ଛୋଟ ଗୋଡ଼, ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ଜିଭ ନୀଳ ରଙ୍ଗର।
ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ବିଭିନ୍ନ ପ୍ରକାର ଲୋକ ଭିଡ଼ିଓରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି।
ଭିଡ଼ିଓ ଭାଇରାଲ: ଭାଇରାଲ ଭିଡ଼ିଓରେ ଏହି ଅଜବ ପ୍ରାଣୀଟି ଜଙ୍ଗଲରେ ପଡିଥିବା ଶୁଖିଲା ପତ୍ର ଉପରେ ବସିଥିବା ଦେଖିବାକୁ ମିଳିଛି। ଏହାର ସାପ ପରି ମୁହଁ, ଶରୀର ଝିଟିପିଟି ପରି, ଆଉ ତା ଉପରେ କ୍ୟାମେରା ପଡିବା ମାତ୍ରେ ନୀଳ ରଙ୍ଗର ଜିଭ ବାହାର କରିଦେଉଛି।
ୟୁଜରମାନେ ଏହି ଅଜବ ପ୍ରାଣୀକୁ ଦେଖି କେହି କେହି ଏହାକୁ ସାପ ବୋଲି କହୁଥିବା ବେଳେ, କେତେକ ଏହାକୁ ବିରଳ ପ୍ରଜାତିର ଝିଟିପିଟି ହୋଇପାରେ ବୋଲି ମତ ପ୍ରକାଶ କରିଛନ୍ତି।
The legless Skink resemble snake due to their limbless bodies and unique blue tongue pic.twitter.com/DPuDY6KGdE
— Wildlife Uncensored (@TheeDarkCircle) September 17, 2025