fbpx
BJD SKY
BJD SKY

ହୋଲିରେ ଘଟିଥିଲା ଏପରି କିଛି ଅଜବଗଜବ ଘଟଣା , ନିଶ୍ୱାସ ନେଇ ପାରିପାରିନଥିଲେ ଏହି ଅଭିନେତ୍ରୀ, ଖେଳିଥିଲେ ଜୀବନ ମୃତ୍ୟୁର ଖେଳ

BJD

ନୂଆଦିଲ୍ଲୀ : ପ୍ରତ୍ୟେକ ପର୍ବ ପରି ବଲିଉଡରେ ହୋଲି ସହ ମଧ୍ୟ ନିଆରା କନେକ୍ସନ ରହିଛି । ବଲିଉଡରେ ଚଳଚ୍ଚିତ୍ର ହେଉ ଅବା ଟିଭି ସିରିଏଲ୍ ହୋଲଲ ସେଲିବ୍ରେସନ ଅତି ଧୁମଧାମରେ ହୁଏ । ଏମିତିରେ ବଲିଉଡ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଲି ଗୀତର କାହାଣୀ ଆପଣ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ବଲିଉଡରେ ହୋଲି ଟ୍ରେଣ୍ଡ କେବେ ଠାରୁ ଆରମ୍ଭ ହୋଇଥିଲା ।
ବଲିଉଡରେ ହୋଲି ପାର୍ଟିର ଟ୍ରେଣ୍ଡ ରାଜ କପୁରଙ୍କ ଠାରୁ ଆରମ୍ଭ ହୋଇଥିଲା । ତେଣୁ ଆଜି ଆମେ ଆପଣଙ୍କୁ ହୋଲି ପାର୍ଟିରେ ଆମ ସେଲିବ୍ରେଟମାନଙ୍କ ସହିତ ଘଟିଥିବା କିଛି ଅଜବ ଗଜବ ଘଟଣା ବିଷୟରେ କହିବୁ ….

ଯେତେବେଳେ ଅମିତାଭ ବଚ୍ଚନ ବଲିଉଡର ମେଗାଷ୍ଟାର ହୋଇନଥିଲେ, ତାଙ୍କର ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ଫ୍ଲପ୍ ହେଉଥିଲା । ସେହି ସମୟରେ ଆର.କେ ଷ୍ଟୁଡିଓରେ ଏକ ହୋଲି ପାର୍ଟିର ଆୟୋଜନ ହୋଇଥିଲା । ରାଜ କପୁର ମଧ୍ୟ ଅମିତାଭ ବଚ୍ଚନଙ୍କୁ ହୋଲି ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ଯେତେବେଳେ ଅମିତାଭ ବଚ୍ଚନ ଆସିଲେ ରାଜ କପୁର ତାଙ୍କୁ କହିଥିଲେ, ‘ଆଜି ଏହି ପାର୍ଟିରେ ଅନେକ ଲୋକ ଉପସ୍ଥିତ ଅଛନ୍ତି। ତୁମର ପ୍ରତିଭା ପ୍ରଦର୍ଶନ କରିବାର ଏହା ଠୁଁ ଭଲ ସୁଯୋଗ ଆଉ କ’ଣ ହୋଇପାରେ । ଅମିତାଭ ବଚ୍ଚନ ରାଜ କପୁରଙ୍କ ଇସାରା ବୁଝି ଯାଇଥିଲେ । ସେ ସମସ୍ତଙ୍କ ସାମ୍ନାରେ “ରଙ୍ଗ ବରସେ ଭିଗେ ଚୁନାର ୱାଲି’ ଗୀତ ଗାଇଥିଲେ। ଅମିତାଭ ବଚ୍ଚନଙ୍କ ସ୍ୱରରେ ଏହି ଗୀତକୁ ଏତେ ପସନ୍ଦ କରିଥିଲେ ଯେ ଲୋକମାନେ ୟଶ ଏହି ଗୀତକୁ ତାଙ୍କ ଫିଲ୍ମ ‘ସିଲସିଲା’ରେ ସାମିଲ କରିଥିଲେ।

ଅଭିନେତ୍ରୀ ଜୁହି ପରମାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ହୋଲି ଦିନ ତାଙ୍କୁ ଡାକ୍ତରଖାନା ଯିବାକୁ ପଡିଥିଲା । ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘ମୁଁ ମୋର ଘନିଷ୍ଠ ବନ୍ଧବୀ ଆଶ୍କା ଗାରୋଡିଆଙ୍କ ଘରୁ ଘରକୁ ଯାଉଥିଲି। ରାତି ପ୍ରାୟ ୧୦:୩୦ ହେବ । ହଠାତ୍ ମୋର ନିଶ୍ୱାସ ପ୍ରଶ୍ୱାସ ଅଟକି ଗଲା । ମୁଁ ଅନୁଭବ କଲି ଯେ ଆଉ ବଞ୍ଚିବିନି, ପରବର୍ତ୍ତୀ ୫ ମିନିଟରେ ମରିଯିବି । ମୋ ଝିଅର ଯତ୍ନ ନେବାକୁ ମୋ ବନ୍ଧବୀଙ୍କୁ କହିଥିଲି । ସେତେବେଳେ ର୍ମୁ ଭଗବାନ ଙ୍କ ଏତିକି ବିନତି କରିଥିଲି ଯେ ମୋ ଝିଅ ସହ ରହିବାକୁ ଦିଅ ।

ଭାଗାଶ୍ରୀଙ୍କ ସ୍ୱାମୀ ହିମାଳୟ ରିୟଲିଟି ସୋ ସ୍ମାର୍ଟ ଯୋଡିରେ କହିଥିଲେ ଯ, ହୋଲି ଅବସରରେ ଅମିତାଭ ବଚ୍ଚନ ତାଙ୍କୁ ରଙ୍ଗ ଭରା ଟପ୍ ରେ ପକାଇ ଦେଇଥିଲେ । “ଭାଗୀଶ୍ରୀ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ। ହୋଲି ଦିନ ସେ ନିଜକୁ ଗୋଟେ ରୁମ୍ ଲକ୍ କରି ରଖନ୍ତି ଏବଂ ମୋତେ ବାହାରକୁ ପଠାଇ ଦିଅନ୍ତି । ଥରେ ଅମିତାଭ ବଚ୍ଚନ ତାଙ୍କୁ ନିଜ ହୋଲି ପାର୍ଟିରେ ନିମନ୍ତ୍ରଣ କରିଥିଲେ। ତାଙ୍କୁ ମନା କରି ପାରିଲୁ ନାହିଁ ଏବଂ ତାଙ୍କ ପାର୍ଟିକୁ ଯାଇଥିଲୁ। ଯେତେବେଳେ ଆମେ ପାର୍ଟିରେ ପହଞ୍ଚିଲୁ, ଅଭିଷେକ ବଚ୍ଚନ ଏବଂ ସୌଫ ଅଲି ଖାନ ଦୌଡି ଆସି ଭାଗାଶ୍ରୀଙ୍କୁ ଉଠାଇ ରଙ୍ଗ ଭରା ପାଣି ଟବ୍ ରେ ଫିଙ୍ଗିଦେଲେ। ତାପରେ ସେ ଟିକେ ରାଗି ଥିଳେ । ହେଲେ ସେମାନଙ୍କ ସହ ହୋଲି ଖେଳିଥିଲେ କିନ୍ତୁ ମୋ ସହିତ ନୁହେଁ। କିଛି ସମୟ ପରେ ସେ ମୋତେ କ୍ଷମା କରି ଦେଇଥିଲେ ଏବଂ ତା’ପର ଠୁଁ ଆମେ ସାଙ୍ଗ ହୋଇ ହୋଲି ଖେଳିଥିଲୁ ।

 

Get real time updates directly on you device, subscribe now.