ଓଡିଶା ଭାସ୍କର: ” ପୁରୁଣା ସ୍ତ୍ରୀ ଦିଅ, ନୂଆ ସ୍ତ୍ରୀ ନିଅ ” କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଏଭଳି ଏକ ବିଜ୍ଞାପନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବହୁତ ଅଜବ ଅଜବ ଜିନିଷ ସୋସିଆଲ ମିଡିଆରେ ପ୍ରାୟତଃ ଦେଖିବାକୁ ମିଳେ, ଯାହା ବହୁତ ଜଲ୍ଦି ଭାଇରାଲ ମଧ୍ୟ ହୋଇଯାଏ।
ସେହିପରି ଏହି ଜିନିଷଟି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଏକ ବିଜ୍ଞାପନରେ ଲେଖା ଅଛି ଆପଣ ଆପଣଙ୍କ ପୁରୁଣା ସ୍ତ୍ରୀକୁ ଦିଅନ୍ତୁ ଏବଂ ନୂଆ ସ୍ତ୍ରୀ ନେଇଯାଆନ୍ତୁ।
ବାସ୍ତବରେ ଏହା ଏକ ବିଉଟି ପାର୍ଲରର ବିଜ୍ଞାପନ, କିନ୍ତୁ ଲୋକେ ଏହାକୁ ଅଲଗା ଅର୍ଥରେ ନେଇ ଏହି ପୋଷ୍ଟରେ ଭରପୁର ମଜା ଉଠାଉଛନ୍ତି। ଏହାର ଅର୍ଥ, ବିଉଟି ପାର୍ଲରରେ ମେକଅପ କରିବା ଦ୍ୱାରା ପୁରୁଣା ସ୍ତ୍ରୀ ନୂଆ ପରି ଦେଖାଯିବେ ହୋଇଥିବାବେଳେ ଲୋକେ ଏହାକୁ ଅଲଗା ଅର୍ଥରେ ବୁଝୁଛନ୍ତି।
କେବଳ ଏତିକି ନୁହେଁ, ଏହି ବିଜ୍ଞାପନରେ ହୋମ୍ ସର୍ଭିସ୍ ଲେଖାଯିବା ସହିତ ଠିକଣା ଏବଂ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଛି। ଏହା ବିଉଟି ପାର୍ଲରର ଏକ ପ୍ରଚାର ପାଇଁ କରାଯାଇଥିବାବେଳେ ଲୋକେ ଏହି ପୋଷ୍ଟରେ ଭିନ୍ନ ଭିନ୍ନ ମଜାଳିଆ ମତାମତ ଦେଉଛନ୍ତି।
ଏହି ଭିଡିଓଟି ଇନଷ୍ଟାଗ୍ରାମରେ vande_bharat_sach_ki_duniya ଆକାଉଣ୍ଟରୁ ସେୟାର କରାଯାଇଥିବାବେଳେ ଗୋଟିଏ ଦିନରେ ଏହାର ଭ୍ୟୁ 17 ଲକ୍ଷ ହୋଇଛି।