fbpx

ଘରେ ପଶି ନାବାଳକ ଛାତ୍ରକୁ ଛୁରା ମାଡ଼ କଲେ ଅଜଣା ବ୍ୟକ୍ତି; ନାବାଳକ ଜଣଙ୍କ ମୃତ

ଓଡିଶା ଭାସ୍କର; ଘରେ ପଶି ନାବାଳକ ଛାତ୍ରକୁ ଛୁରା ମାଡ଼ । ତେବେ ଅଜଣା ବ୍ୟକ୍ତିଙ୍କ ଏହି ଛୁରା ମାଡ଼ରେ ନାବାଳକ ଛାତ୍ର ଜଣଙ୍କ ମୃତ ହୋଇଥିବା ନେଇ ସୂଚନା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜୁରୀ ଗାଁ’ରେ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ନାବାଳକ ଛାତ୍ର ଜଣଙ୍କ ଘରେ ପାଠ ପଢ଼ୁଥିବା ବେଳେ କେହି ଜଣେ ଅଜଣା ବ୍ୟକ୍ତି ହଠାତ ଘର ଭିତରକୁ ପଶି ଆସି ତାଙ୍କୁ ଛୁରା ମାଡ଼ କରିଥିଲେ । ଏହା ପରେ ନାବାଳକ ଛାତ୍ର ଜଣଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କେଉଁ କାରଣରୁ ଅଜଣା ବ୍ୟକ୍ତି ଜଣଙ୍କ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ସେନେଇ କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Get real time updates directly on you device, subscribe now.