fbpx
BSKY
BJD MC SKY
BJD MS SKY

ପାରା ଏସୀୟାନ୍‍ କ୍ରୀଡାରେ ଭାରତୀୟ ଖେଳାଳିମାନଙ୍କ ସଫଳତା ମାନବୀୟ ସ୍ୱପ୍ନର ବିଜୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖେଳରେ କେହି ଜିତିକି ଅଥବା ହାରିକି ଆସନ୍ତି ନାହିଁ, ବରଂ ସବୁବେଳେ କିଛି ଶିକ୍ଷା ନେଇ ଆସିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀର ମେଜର ଧ୍ୟାନଚନ୍ଦ ଜାତୀୟ ଷ୍ଟାଡିୟମରେ ଆଜି ଅପରାହ୍ଣରେ ପାରା ଏସୀୟ କ୍ରୀଡାରେ ଭାଗ ନେଇଥିବା ଭାରତୀୟ ଖେଳାଳୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଦିବ୍ୟାଙ୍ଗ ଖେଳାଳିମାନଙ୍କ ସଫଳତା ନିରାଶ ମଣିଷକୁ ମଧ୍ୟ ଆଶାର ନୂଆ ଆଲୋକ ଦେଖାଇଥାଏ । ସେମାନଙ୍କ ସଫଳତା ମାନବୀୟ ସ୍ୱପ୍ନର ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, କେନ୍ଦ୍ର ସରକାର ଖେଳ ଓ ଖେଳାଳିକୈନ୍ଦ୍ରୀକ ବାତାବରଣ ସୃଷ୍ଟି କରୁଛନ୍ତି । ଖେଲୋ ଇଣ୍ଡିଆ ଭଳି ଯୋଜନା ଖେଳାଳିମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା ସହ ସହଯୋଗର ହାତ ବଢ଼ାଉଛି ।

୨୦୩୦ରେ ଭାରତ ୟୁଥ୍‍ ଅଲିମ୍ପିକ୍ସ ଏବଂ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ପ୍ରୟାସ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଖେଳାଳିମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ସୂଚନା ଅନୁସାରେ, ଚୀନ୍‍ର ହାଙ୍ଗଝୌଠାରେ ଅନୁଷ୍ଠିତ ପାରା ଏସୀୟ ଗେମ୍ସରେ ଭାରତୀୟ ଦଳ ୨୯ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୫୧ଟି କାଂସ୍ୟ ପଦକ ସହ ମୋଟ ୧୧୧ଟି ପଦକ ଜିତିଛି ।

Get real time updates directly on you device, subscribe now.