fbpx

ଘୁଞ୍ଚିଲା ହସ୍ତଶିଳ୍ପ ଆବେଦନର ତାରିଖ: ଜାଣନ୍ତୁ କେବେ ରହିଛି ଡେଡ଼ଲାଇନ୍

Advertisement

ଭୁବନେଶ୍ୱର: ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଶେଷ ତାରିଖ ଅକ୍ଟୋବର ୩୧ ରଖାଯାଇଥିଲା ।

ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଯୋଗ୍ୟତାସମ୍ପନ୍ନ ହସ୍ତଶିଳ୍ପ କାରିଗରମାନଙ୍କଠାରୁ ଦରଖାସ୍ତ ଆହ୍ୱାନ ଲାଗି ଗତ ସେପ୍ଟେମ୍ବର ୯ ତାରିଖରେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ଏଥିପାଇଁ ଆବେଦନପତ୍ର ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ କୃତିକୁ ସମ୍ପୃକ୍ତ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି କୁହାଯାଇଥିଲା ।

ତେବେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗରମାନଙ୍କ ଅନୁରୋଧକ୍ରମେ, ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି କରାଯିବା ପରେ ଏହି ଆବେଦନ କରିବାର ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

Get real time updates directly on you device, subscribe now.