fbpx

ବିହାରରେ ଏକ ବଡ଼ ଦୁର୍ଘଟଣା: ଡଙ୍ଗା ବୁଡ଼ିଯିବାରୁ ୩ ମୃତ, ୧୮ ନିଖୋଜ

Advertisement

ଛପ୍ରା : ଆଜି ବିହାରରେ ଏକ ବଡ ଦୁର୍ଘଟଣା ଘଟିଛି । ରାଜ୍ୟର ଚାପ୍ରା ଅଞ୍ଚଳର ମାଞ୍ଚିର ମାଟିୟାର ନିକଟରେ ଏକ ଡଙ୍ଗା ଓଲଟି ପଡିଛି । ଡଙ୍ଗାରେ ଥିବା ୧୮ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗା ବୁଡ଼ିଯିବା ଖବର ପରେ ଆତଙ୍କ ଖେଳିଯାଇଛି । ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ଦୁର୍ଘଟଣାରେ ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ୬ ଜଣଙ୍କୁ ନଦୀରୁ ବାହାରକୁ ଅଣାଯାଇଛି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି । ୧୮ ଜଣ ଏବେ ବି ନିଖୋଜ ଅଛନ୍ତି ।

ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଡଙ୍ଗା ବୁଡ଼ିଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାଟି ସନ୍ଧ୍ୟାରେ ଘଟିଥିଲା । ଏହି ସୂଚନା ପୋଲିସ ପ୍ରଶାସନରେ ପହଞ୍ଚିବା ମାତ୍ରେ ଜିଲ୍ଲା କଲେକ୍ଟର ତଥା ପୋଲିସ ଅଧୀକ୍ଷକ ଘଟଣାସ୍ଥଳକୁ ଯାଇଥିଲେ ।

Get real time updates directly on you device, subscribe now.