fbpx
BJD SKY
BJD SKY

ପରାଜୟକୁ ସ୍ୱୀକାର କରି ପାରିଲେନି ଖେଳାଳି: ଟେନିସ କୋର୍ଟରେ ପ୍ରତିପକ୍ଷ ଖେଳାଳିଙ୍କୁ ମାରିଲେ ଚାପୁଡା

BJD

ନୂଆଦିଲ୍ଳୀ: ପ୍ରତ୍ୟେକ ଖେଳରେ ଦୁଇଟି ଫଳ ରହିଥାଏ । ହାର ନହେଲେ ଜିତ । ଏହାରି ମଧ୍ୟରେ ଖେଳାଳିମାନେ ସ୍ପୋର୍ଟସମ୍ୟାନ ସ୍ପିରିଟ ନେଇ ମ୍ୟାଚ ଖେଳିଥାନ୍ତି । ମ୍ୟାଚ ଶେଷରେ ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇ ଆଗକୁ ବଢିବା ପାଇଁ ଚେଷ୍ଟା କରନ୍ତି ସମସ୍ତ ଖେଳାଳି । କିନ୍ତୁ ଘାନାରେ ଏକ ଟେନିସ ମ୍ୟାଚରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ମ୍ୟାଚ ଶେଷ ପରେ ଜଣେ ଖେଳାଳି ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚାପୁଡା ମାରି ଦେଇଛନ୍ତି ।

ସୂଚନା ଅନୁସାରେ, ଆଇଟିଏଫ ଜୁନିୟର୍ସ ଟୁର୍ଣ୍ଣାମେଣ୍ଟରେ ୧୫ ର୍ବେୀୟ ମାଇକେଲ କାମେ ଏଭଳି ଏକ ଏକ କାଣ୍ଡ କରିଛନ୍ତି । ମ୍ୟାଚ ହାରିବା ପରେ ଏହି ରାଗକୁ ସହ୍ୟ କରି ନପାରି ଘାନାର ରାଫେଲ ନୀ ଅଙ୍କରାଙ୍କୁ ଜୋରଦାର ଚାପୁଡା ମାରି ଦେଇଛନ୍ତି କାମେ । ଏହାପରେ ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି ।

ସେପଟେ ଏହି ଭିଡିଓକୁ ଜଣେ ୟୁଜର ଟ୍ୱିଟରରେ ଅପଲୋଡ କରିଛନ୍ତି । ଏହି ଭିଡିଓରେ କାମେଙ୍କ ସମସ୍ତ କାର୍ଯ୍ୟକଳାପ ସ୍ପଷ୍ଟ ଦେଖିବାକୁ ମିଳିଛି । ମ୍ୟାଚ ସରିବା ପରେ ମାଇକେଲ କାମେ ଏବଂ ରାଫେଲ ହାତ ମିଳାଉଛନ୍ତି ଏବଂ ପରେ କାମେ ରାଫଲଙ୍କୁ ଏକ ଶକ୍ତ ଚାପୁଡା ଲଗାଇଛନ୍ତି । ତେବେ କାମେଙ୍କ ଏହି ବ୍ୟବହାରର ପ୍ରକୃତ କାରଣ ଏବେ ବି ଜଣାପଡିନାହିଁ । ଏହି ମ୍ୟାଚରେ ଅଙ୍କରା କାମେଙ୍କୁ ୬-୨, ୬-୭, ୭-୬ରେ ପରାଜୟ କରିଛନ୍ତି ।

Get real time updates directly on you device, subscribe now.