fbpx

ଭୋଟିଂ ବେଳେ ଚୁପ ରହିଲା ଭାରତ: କିନ୍ତୁ ଜାତିସଂଘରୁ ବାଦ ପଡିଲା ପୁତିନ ରାଷ୍ଟ୍ର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଭୋଟିଂ କରାଯାଇଛି । କିନ୍ତୁ ବୈଠକରେ ଟତା ପୂର୍ବଂ ତଥା ପରଂ ଭଳି ଘଟଣା ଦେଖିବାକୁ ମିଳିଛି । ପୂର୍ବ ଭଳି ଏଥର ମଧ୍ୟ ଗୋଟିଂରୁ ନିଜକୁ ଦୂରେଇ ରଖିଛି ଭାରତ । ଭାରତ ସମେତ ମୋଟ ୫୮ଟି ଦେଶ ଏହି ଭୋଟିଂରୁ ବିରତ ରହିଛନ୍ତି । ଋଷିଆ ବିରୋଧରେ ଆସିଥିବା ପ୍ରସ୍ତାବ ଉପରେ ପୁଣି ଚୁପ ରହିଛନ୍ତି ଭାରତ ଏବଂ ଅନ୍ୟ ଦେଶ । ଶେଷରେ ଜାତିସଂଘରୁ ଋଷକୁ ବାଦ ଦିଆଯାଇଛି ।

ସୂଚନା ଅନୁଯାୟୀ, ୟୁଏନଏଚଆରସିରୁ ସସପେଣ୍ଡ ହୋଇଛି ଋଷ । ଭୋଟିଂ ପରେ ଜାତିସଂଘ ମାନବାଧିକାର ପରିଷଦରୁ ଋଷ ନିଲମ୍ବିତ ହୋଇଛି । ଋଷିଆ ବିରୁଦ୍ଧରେ ମୋଟ ୯୩ଟି ଭୋଟ ଆସିଥିବା ବେଳେ ମାତ୍ର ୨୪ ଜଣ ପୁତିନଙ୍କୁ ସମର୍ଥନ କରିଛନ୍ତି । ତେବେ ପୂର୍ବ ପରି ଭାରତ ସମେତ ଅନ୍ୟ ୫୮ଟି ଦେଶ ଏହି ଭୋଯିଂରୁ ନିଜକୁ ଦୂରେଇ ରଖିଛନ୍ତି । ବୁଚା ବର୍ବରତାକୁ ନେଇ ଋଷ ବିରୋଧୀ ପ୍ରସ୍ତାବ ଉପରେ ପୁଣି ଥରେ ଭାରତ ନୀରବଦ୍ରଷ୍ଟା ସାଜିଛି । ଶେଷରେ ଅନ୍ୟ ଦେଶମାନଙ୍କ ଭୋଟିଂ ଅନୁସାରେ ଋଷକୁ ମିଳିତ ଜାତିସଂଘରୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.