fbpx
BJD SKY
BJD SKY

ଦୁର୍ବଳ ସାଜିଲା ଦିଲ୍ଲୀ: ପୃଥ୍ୱୀ ଶ’ଙ୍କ ଅର୍ଦ୍ଧଶତକ ବଳରେ ରାହୁଲଙ୍କ ଆଗରେ ଦେଲା ମାତ୍ର ୧୫୦ ରନର ଲକ୍ଷ୍ୟ

BJD

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ରାହୁଲଙ୍କ ଦଳକୁ ମିଳିଛି ୧୫୦ ରନର ଟାର୍ଗେଟ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ରାହୁଲ ନିଜ ବୋଲରମାନଙ୍କ ଦ୍ୱାରା ଦିଲ୍ଳୀକୁ ବଡ ସ୍କୋର କରିବାରୁ ଅଟକାଇ ଦେଇଛି । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ଦିଲ୍ଳୀ ମାତ୍ର ୧୪୯ ରନ ସଂଗହ କରି ପାରିଛି । ତେବେ ରାହୁଲ ସେନା ପାଇଁ ଏବେ ୧୫୦ ରନର ଟାର୍ଗେଟ ରହିଛି ।

ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଲକ୍ଷ୍ନୌ ଅଧିନାୟକ କେ. ଏଲ ରାହୁଲ । ତେବେ ପ୍ରଥମରୁ ହିଁ ଦୁଇ ଓପନରଙ୍କୁ ଦ୍ରୁତ ଗତିରେ ରନ ବନାଇବାକୁ ଦେଇ ନଥିଲେ ସୁପର ଜିଆଣ୍ଟସର ବୋଲର । ରାହୁଲ ଦ୍ୱିତୀୟ ଓଭରରୁ ହିଁ ସ୍ପିନ ଆଟାକ କରିଥିଲେ । ତେବେ ଇନିଂସର ଅଷ୍ଟମ ଓଭରରେ ଦଳକୁ ମିଳିଥିଲା ପ୍ରଥମ ସଫଳତା । ଦମଦାର ପାଳି ଖେଳୁଥିବା ପୃଥ୍ୱୀ ଶ’ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ କ୍ରୀଷ୍ଣପ୍ପା ଗୌତମ । ତାଙ୍କ ପରେ ପରେ ଡାଭିଡ ୱାର୍ଣ୍ଣର ମଧ୍ୟ୧୨ ବଲରେ ୪ ରନ କରି ରବି ବିଷ୍ଣୋଇଙ୍କ ଶିକାର ହୋଇଥିଲେ । ଏହାପରେ ୧୧ ତମ ଓଭରରେ ମାତ୍ର ୩ ରନ କରି ଆଉଟ ହୋଇଥିଲେ ରୋଭମନ ପାୱେଲ । ତେବେ ଏହାପରେ ଅଧିନାୟକ ରିଷଭ ପନ୍ତ ଏବଂ ସରଫରାଜ ଖାନ ଦଳକୁ ମଜଭୁତ ସ୍ଥିତି ଦେବାକୁ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ନୌର ବୋଲର ସେମାନଙ୍କୁ ବଡ ଶଟ ଖେଳିବାକୁ ଦେଇ ନଥିଲେ । ଫଳରେ ୨୦ ଓଭରରେ ୧୪୯ ରନ ସଂଗହ କରି ପାରିଛି ଦିଲ୍ଳୀ । ପନ୍ତ ୩୬ ବଲରେ ୩୯ ଏବଂ ସରଫରାଜ ୨୮ ବଲରେ ୩୬ ରନ କରି ଅପରାଜିତ ରହିଛନ୍ତି । ଏବେ ଲକ୍ଷ୍ନୌ ନିକଟରେ ରହିଛି ୧୫୦ ରନର ଲକ୍ଷ୍ୟ ।

ତେବେ ଲକ୍ଷ୍ନୌ ପକ୍ଷରୁ ପ୍ରମୁଖ ବୋଲର ଆଭେଶ ଖାନ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୩ ଓଭରରେ ୩୨ ରନ ଦେବା ସହ କୌଣସି ୱିକେଟ ହାସଲ କରିପାରି ନଥିଲେ ଆଭେଶ । ତେବେ କ୍ରୀଷ୍ଣପ୍ପା ଗୌତମ ଏବଂ ରବି ବିଷ୍ଣୋଇ ଦଳକୁ ୩ଟି ସଫଳତା ଦେଇଥିଲେ । ରବି ବିଷ୍ଣୋଇଙ୍କୁ ଦୁିଟି ୱିକେଟ ମିଳିତିବା ବେଳେ ଗୌତମ ପୃଥ୍ୱୀ ଶ’ଙ୍କୁ ଆଉଟ କରିଛନ୍ତି । ତେବେ ଅନ୍ୟମାନଙ୍କ ମଧ୍ୟରେ ହୋଲ୍ଡର ୪ ଓଭରରେ ୩୦ ରନ, ଆଣ୍ଡ୍ର୍ୟୁ ଟାଇ ୩ ଓଭରରେ ୨୮ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୨ ଓଭରରେ ୧୨ ରନ ଦେଇ କୌଣସି ୱିକେଟ ନିଜ ନାମରେ କରି ପାରି ନାହାନ୍ତି ।

Get real time updates directly on you device, subscribe now.