fbpx

Ind Vs Eng Semifinal: ହାର୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୧୬୯

ଏଡିଲେଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଏଡିଲେଡରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜସ୍ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆରମ୍ଭରୁ ହିଁ ଭାରତକୁ କେ.ଏଲ ରାହୁଲଙ୍କ ରୂପରେ ଝଟକା ଲାଗିଥିଲା । ଏହା ପରେ ରୋହିତ ଏବଂ ସୂର୍ଯ୍ୟକୁମାର ମଧ୍ୟ ସଅଳ ପ୍ୟାଭିଲିୟନ ଫେରିଯାଇଥିଲେ । କିନ୍ତୁ ବିରାଟ କୋହଲି କ୍ରିଜରେ ଜମି ରହି ନିଜର ଅର୍ଦ୍ଧଶତକ ପୁରଣ କରିବା ସହ ପୁଣି ଥରେ ଭାରତକୁ ଏକ ସମ୍ନାନ ଜନକ ସ୍କୋରରେ ପହଞ୍ଚାଇଥିଲେ । ଶେଷ ଆଡ଼କୁ ହାର୍ଦିକ ପାଣ୍ଡ୍ୟାଙ୍କ ଧମାକାଦାର ବ୍ୟାଟିଂ ଭାରତ ପାଇଁ ବୋନସ ସାବ୍ୟସ୍ତ ହୋଇଥିଲା ।

ଚତୁର୍ଥ ୱିକେଟ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲି ଅର୍ଦ୍ଧଶତକ ଭାଗିଦାରୀ ହୋଇଥିଲା। କୋହଲି ୫୦ ରନ୍ ସ୍କୋର କରି ଜୋର୍ଡାନଙ୍କ ଶିକାର ହୋଇଥିଲେ। ୧୩୬ ରନ୍ ରେ ଭାରତ ଚତୁର୍ଥ ୱିକେଟ୍ ହରାଇଥିଲା। ଶେଷ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ୱିକେଟ୍ ହରାଇଥିଲେ। ପାଣ୍ଡ୍ୟା ୪ ଚୌକ ଓ ୫ ଛକା ସହାୟତାରେ ୩୩ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ।

Get real time updates directly on you device, subscribe now.