fbpx

ନେତା-ଅର୍ଚ୍ଚନାଙ୍କ ସମ୍ପର୍କକୁ ନେଇ ପୋଲ ଖୋଲିଲେ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ନେତା, ମନ୍ତ୍ରୀଙ୍କ ସହ ଅର୍ଚ୍ଚନାଙ୍କ ସମ୍ପର୍କ ଥିବା ସହ ବଡ଼ ବଡ଼ ନେତାଙ୍କ ସହ ତାଙ୍କ ବସାଉଠା ଚାଲିଥିଲା । ରାଜନୀତିରେ ପ୍ରବେଶ ପାଇଁ ଅର୍ଚ୍ଚନା ପ୍ରସ୍ତୁତି ଚଳାଇଥିଲେ । ଏନେଇ କ୍ୟାମେରା ଆଗରେ ନେତାଙ୍କୁ ଖୋଲା ଧମକ ଦେଇଛନ୍ତି ଅର୍ଚ୍ଚନାଙ୍କ ଭଉଣୀ । ଏହା ସହ ଜେଲରୁ ମୁକୁଳିଲେ ଅର୍ଚ୍ଚନା ନାଗ ଏନେଇ ଖୁଲାସା କରିବେ ବୋଲି ସେ କହିଛନ୍ତି ।

ତେବେ ଆଜି ସକାଳୁ ସକାଳୁ ଅର୍ଚ୍ଚନାଙ୍କ ଘରେ ପୁଣି ଛାନଭିନ ଆରମ୍ଭ କରିଥିଲା ଇଡି । କଡା ସୁରକ୍ଷା ବଳୟ ଭିତରେ କେସିଙ୍ଗା ଥାନା ଅନ୍ତଗର୍ତ ବାସଭବରେ ଚାଲିଥିଲା ରେଡ । ସିଆରପିଏଫ ଆଉ ପୁଲିସଙ୍କ ଉପସ୍ଥିତିରେ ଚାଲିଛି ରେଡ । ସୂଚନାମୁତାବକ, ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିରୁଦ୍ଧରେ ମାମଲାରେ ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରିବ ବୋଲି ସୂଚନା ମିଳିଥିଲା । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କ ସହିତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଇଡି ।

ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କ ସହିତ ଲିଙ୍କ୍‌ରେ ଥିବା ବିଭିନ୍ନ ଲୋକଙ୍କୁ ଇଡି ନୋଟିସ୍ କରିବ ବୋଲି ସୂଚନା ମିଳିଛି । ଇଡି ବର୍ତ୍ତମାନ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଖୋଳତାଡ଼ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.